ଯାଜପୁର, ୦୧/୦୫/୨୦୨୫ (ଓଡ଼ିଶା ସମାଚାର)- ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଙ୍କ ନାମରେ ବରୀ ଥାନାରେ ଅଭିଯୋଗ ଆଣିଲେ ବ୍ଲକ ର କନିଷ୍ଟ ରାଜସ୍ୱ ସହାୟକ ଅମର ନାୟକ । ଅଭିଯୋଗ ଅନୁଯାୟୀ ବରୀ ବିଧାୟକ ତାଙ୍କୁ ଅଧ୍ୟକ୍ଷ ଙ୍କ କକ୍ଷରେ ଚଳିତ ମାସ ୨୮ ତାରିଖରେ ମାଡ଼ ମାରିବା ସହ ତାଙ୍କ ଜାତି ବାବଦରେ ଇଙ୍ଗିତ କରିଥିଲେ , ଯାହାକୁ ନେଇ ବୁଧବାର ବରୀ ଥାନାରେ ଅମର ମଧ୍ୟ ଆସି ସମସ୍ତ ତଥ୍ୟ ପୋଲିସ ଅଧିକାରୀଙ୍କ ନିକଟରେ ରଖିଛନ୍ତି ।
ଅପରପକ୍ଷେ ଅମର ଙ୍କ ନାମରେ ମଧ୍ୟ ବରୀ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ ବରୀ ଥାନାରେ ଲିଖିତ ଅଭିଯୋଗ ରଖିଛନ୍ତି କି ପଞ୍ଚାୟତ ର ଉନ୍ନତି କାର୍ଯ୍ୟ ବିଷୟରେ ଅବଗତ ହେବାକୁ ଅମର ନାୟକ ଓ ଅଶ୍ୱିନୀ ସାହୁ ଙ୍କୁ ପଚାରିବାରୁ ସେ ତାଙ୍କ ଦୁଇ ହାତ କୁ ଧରି ,ତାଙ୍କ ଜାତି ବିଷୟରେ ଆଶାଳୀନ ଇଙ୍ଗିତ କରିଥିଲେ । ସେ ଏ ବିଷୟରେ ପୋଲିସ ରେ ଅଭିଯୋଗ କଲା ପରେ ଅମର ନିଜକୁ ବଞ୍ଚେଇବା ପାଇଁ ବରୀ ଲୋକପ୍ରିୟ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଙ୍କ ନାମରେ ପାଲଟା ଅଭିଯୋଗ ଆଣି ତଦନ୍ତ ବାଟବଣା କରିବାକୁ ପ୍ରୟାସ କରୁଛନ୍ତି ବୋଲି ଅର୍ଚ୍ଚନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଗକୁ ଧିରେ ଧିରେ ଅମର ଙ୍କ କାର୍ୟକଳ।ପ ଲୋକ ଙ୍କ ନିକଟକୁ ଅଣାଯିବ , ଯାହା ପାଇଁ ବରୀର ବିଭିନ୍ନ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଉପୂଜୁଛି , ଅର୍ଚ୍ଚନା କହିଛନ୍ତି ।
ଅପରପକ୍ଷେ ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡି , ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ , ଦିଲ୍ଲୀପ ମହାନ୍ତି ପ୍ରମୁଖ ଏହି ଘଟଣାରେ ବିଧ୍ୟାୟକ ଙ୍କୁ ଅଯଥାରେ ବଦନାମ କରିବାକୁ କିଛି କୁଚକ୍ରି ଲାଗି ପଡିଛନ୍ତି ଯାହାକି ଆଗାମୀ ଦିନରେ ସବୁ ଜଣାପଡିବ ଓ ମିଥ୍ୟା ଅଭିଯୋଗ ଆଣିଥିବା ବ୍ଲକ କର୍ମଚାରୀ ଙ୍କ ଦୁର୍ନୀତି ପେଡି ଖୁବ ଶୀଘ୍ର ଲୋକ ଲୋଚନ କୁ ଅଣାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଗେଡି କହିଛନ୍ତି ।
ଘଟଣା ସମ୍ପର୍କରେ ବରୀ ବିଧାୟକ କହୁଛନ୍ତି କି ବରୀରେ ଉନ୍ନତି କାର୍ଯ୍ୟ କରାଇବା ତାଙ୍କର ଲକ୍ଷ । ସିଏ କାହାକୁ ମାଡ଼ ମାରି ନାହାନ୍ତି କି ତାଙ୍କ ଜାତି ବିଷୟରେ କିଛି ଇଙ୍ଗିତ କରି ନାହାନ୍ତି । ଅମର ଙ୍କ ଜାତି ବିଷୟରେ ସେ ଆଗରୁ ଅବଗତ ନ ଥିଲେ । ଏଣୁ ଏହା ମିଥ୍ୟା ଓ ଭିତିହିନ । ସମସ୍ତଙ୍କୁ ସମ୍ମାନ ଓ ସହଯୋଗ କରିବା ପାଇଁ ସେ ରାଜନୀତି କୁ ଆସିଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ବରୀ ପୋଲିସ ଦୁଇ ଗୋଟି କେସ ରେଜିଷ୍ଟ୍ରୀ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
