ଭୁବନ ଏନ୍ ଏ ସି ଟିମ୍ ର ସମ୍ପଦ କେନ୍ଦ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ 

ଭୁବନ,୨୫/୦୨/୨୦୨୫ (ଓଡ଼ିଶା ସମାଚାର)- ସ୍ୱଚ୍ଛ ସର୍ବେକ୍ଷଣ ସାଙ୍କେତିକ ମାପଦଣ୍ଡ କୁ ଦୃଷ୍ଟିରେ ରଖି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ସ୍ଵଂୟ ସହାୟିକା ମହିଳା ଗୋଷ୍ଠୀ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର ମହାନଗର ଦ୍ଵାରା ପରିଚାଳିତ ସମ୍ପଦ କେନ୍ଦ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିଥିଲେ ।

ମହାନଗର ଡେପୁଟି କମିଶନର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଭୁବନ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇବା ସହିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଥିଲେ ।

ଏହି ପରିଦର୍ଶନ ମାଧ୍ୟମରେ ଆହରଣ କରିଥିବା ସମସ୍ତ ଜ୍ଞାନ ଓ ପଦ୍ଧତି କୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ଲାଣ୍ଟ ରେ କେମିତି ଫଳପ୍ରଦ ହେବ ତା ଉପରେ ଗୁରୁତ୍ବ ଦେବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ସମସ୍ତ ଗୋଷ୍ଠୀର ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ପରିଦର୍ଶନ ଦଳରେ ନିଜେ କାର୍ଯ୍ୟ ନିର୍ବାହୀ ଅଧିକାରୀ,ପରିମଳ ବିଶେଷଜ୍ଞ,ଏମ ଆଇ ଏସ, ପରିମଳ ପରିଦର୍ଶକ ଓ କାର୍ଯ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

କାର୍ଯ୍ୟ ନିର୍ବାହୀ ଭୁବନ ଏନ୍ ଏ ସି କିଭଳି ଭାବେ ରାଜ୍ୟ ଓ କେନ୍ଦ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ସେଥିପ୍ରତି ପ୍ରୟାସ ଜାରି ରହିଛି ଏବଂ ସର୍ବସାଧାରଣ ଆମ ଭୁବନ କୁ ସ୍ଵଚ୍ଛ ଓ ସୁସ୍ଥ ରଖିବା ପାଇଁ ନିଜ ନିଜର ସକରାତ୍ମକ ମତ ନିର୍ଦ୍ଧାରିତ ଆପ ରେ ବହୁଳ ସଂଖ୍ୟାରେ ଦେବା ପାଇଁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *