ବିଧାନସଭା ପରିସରରେ ଓଏଏସ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ-

ଭୁବନେଶ୍ୱର,୨୦/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇଅଛି।

ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶିକ୍ଷଣାର୍ଥୀମାନେ ବିଧାନସଭା ଗ୍ରନ୍ଥାଗାର ,ଗବେଷଣା ବିଭାଗ ବୁଲି ଦେଖୁବା ସହ ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶେଷଭାବେ ଅବଗତ ହୋଇଥିଲେ।

ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ,ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ମୋନାଲିସା ଲେଙ୍କା,ବିଧାନସଭାର ଯୁଗ୍ମ ସଚିବ ଶ୍ରୀ ସତିଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

-0-

ବିଭୁତି ନାୟକ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *