ସମାଜ ସେଵୀ ଗୋଲକ ପରିଡା ପାଇଲେ ଚାଣକ୍ୟ ସମ୍ମାନ

ସାଲେପୁର,୦୧/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ବ୍ଲକ ତେନ୍ତୋଳ ପଞ୍ଚାୟତ ଜଳହରି ଗ୍ରାମର ସ୍ବର୍ଗତ ଭାସ୍କର ପରିଡା ଙ୍କ ସାନପୁଅ ଗୋଲକ ଚନ୍ଦ୍ର ପରିଡା ଙ୍କୁ ସମ୍ମାନ ଜନକ ଚାଣକ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଚଣ୍ଡିଗଡ ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଅଥର୍ବ ଭାରତ ୨୦୨୫’ ସମ୍ମିଳନୀ ରେ ପଞ୍ଜାବ ର ରାଜ୍ୟପାଳ ଗୁଲାବ ଚନ୍ଦ୍ର କଟାରିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପରିଡ଼ାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ପରିଡା ସମାଜ ସେବା ଶିକ୍ଷା,ଦକ୍ଷତା ବିକାଶ, ଧାର୍ମିକ ଅନୁଷ୍ଠାନ ର ଉନ୍ନତିଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଏତାଦୃଶ କାର୍ୟ୍ୟ ନିମନ୍ତେ ତାଙ୍କୁ ଓ ତାଙ୍କର ସଂସ୍ଥାକୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ ପ୍ରଦାନ କରାଯାଇଛି । ସାଲେପୁର ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ସହ ଜଡିତ ରହି ସେବାକାର୍ୟ୍ୟ ଜାରୀ ରଖିଛନ୍ତି ।

ଉଲ୍ଲେଖ ନୀୟ ଯେ, ଶ୍ରୀ ଗୋଲକ ପରିଡା ଓ ତାଙ୍କ ଧର୍ମପତ୍ନୀ ଡିମ୍ପଲ ଚୌଧୁରୀ ଉଭୟ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ ସୁଦୂର ଚେନ୍ନାଇ ଠାରେ କାର୍ୟ୍ୟରତ ରହିଛନ୍ତି । ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *