ଜିଲ୍ଲା ସ୍ତରୀୟ କୃଷକ ଦିବସ ସମାରୋହ ୨୦୨୫ ପାଳିତ

ଜଗତସିଂହପୁର, ୩୦/୦୪/୨୦୨୫ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ବ୍ଲକ୍ ର ଆଳିପିଙ୍ଗଳ ପଂଚାୟତ ଅଧିନସ୍ଥ ଯୋରକୁଳଗ୍ରାମରେ ଓଡ଼ିଶାର ଚାଷୀଭାଇଙ୍କର ପର୍ବ ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ  ପାଳନ କରାଯାଇଥିଲା।

ଆଜି ଭୁବନେଶ୍ୱର ବରମୁଣ୍ଡା ଓ ୟୁ ଏ ଟି କାର୍ଯ୍ୟଳୟ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ମାନ୍ୟବର ମୁଖ୍ୟନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ  ୨୦୨୫ ଖରିଫ ଫସଲ ୠତୁ ପାଇଁ  ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହି  ପରିପ୍ରେକ୍ଷୀରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନନୀୟ ଅତିଥିଭାବେ ଶ୍ରୀ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ,ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ,ଶ୍ରୀମତୀ ଅର୍ଚ୍ଚନା ସିଂ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା , ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ,ଶ୍ରୀମତୀ ରୋଜାଲିନ ଦାସ ସରପଞ୍ଚ , ଆଳିପିଙ୍ଗଳ ଗ୍ରାମ ପଞ୍ଚୟତ,ଶ୍ରୀ ରାଜୀବ ବେହେରା, ସମିତି ସଭ୍ୟ ପ୍ରମୁଖ   ଯୋଗଦାନ କରିଥିଲେ।   ଜିଲ୍ଲା ମୁଖ୍ୟ କୃଷି ଅଧକାରୀ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା।  କୃଷି ଜିଲ୍ଲା ଅଧିକାରୀ, ଶ୍ରୀ ବିଶ୍ୱଜିତ୍ ପଣ୍ଡା , ବିଭୁ ପ୍ରସାଦ ସାହୁ ,ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସମସ୍ତ କ୍ଷେତ୍ର କର୍ମଚାରୀ ଆଦି ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ  ସ୍ୱାଇଁ,  ,ବିଧାୟକ ଶ୍ରୀ  ଦାସ ଏବଂ ସମସ୍ତ ଅତିଥି ବୃନ୍ଦ ସର୍ବ ପ୍ରଥମେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କୁ ସୁମରଣା କରି ଓଡ଼ିଆ ପରମ୍ପରା ଅନୁଯାଇ ପାରମ୍ପରିକ ହଳ  ଲଙ୍ଗଳରେ ଅକ୍ଷୀ ମୁଠି ଅନୁକୂଳ କରିଥିଲେ। ଏହା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହା ପରେ ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ସହାୟତା ରାଶି ପ୍ରଦାନ  କରିଥିଲେ। ଜିଲ୍ଲା ର ୧,୬୧,୮୩୯ ଜଣ ହିତାଧୀକାରୀ ଏହି ସହାୟତା ରାଶି ରେ ଉପକୃତ ହେବେ।

 ଏହି ଅବସରରେ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ କହିଥିଲେ କି ଆଜି ଆମ ଦେଶ ଖାଦ୍ୟ ଶସ୍ୟ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ କୃଷିଜାତ ସାମଗ୍ରୀ ରପ୍ତାନୀ କରିବାରେ ଅଗ୍ରଗତି କରୁଛି । ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର।  ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନୀଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂପ୍ରଭୃତିମି ଆଦିର ବିକାଶ  କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ହୋଇଛି।

 ଏହା ପରେ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମାନ୍ୟବର ବିଧାୟକ,ନିଜ ବକ୍ତବ୍ୟ ରଖିଥିଲେ ଯେ, ଆମ ସରକାର ଆସିବା ପରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ।   ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ପ୍ରାଣୀ ପାଳନ, କୁକୁଡା ଓ ବତକ ଚାଷ ପାଇଁ ରିହାତି ସହିତ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ। ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରୀ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ଆମେ ଚାଷୀଙ୍କ ସହିତ ଅଛୁ, ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ ବୋଲି ସେ କହିଥିଲେ।

ତେଣୁକରି ଜଗତ ସିଂହପୁର ଜିଲ୍ଲା ଆଜି ମୀନ ପାନ ଧାନ ଆଦି କ୍ଷେତ୍ର ରେ ଅଗ୍ରଗତି କରି ଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସମ୍ବିତ କୁମାର ରାଉତ, କହିଥିଲେ ପବିତ୍ର ଅକ୍ଷୟ ତୃତୀୟା ରେ ଚାଷୀ ତା’ର ଚାଷ କାର୍ଯ୍ୟ ଆଗକୁ ନେଇଥାଏ। ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ସେହି ଚାଷୀ ମାନଙ୍କ ସହିତ ଆମ ସରକାର ସବୁବେଳେ ଛିଡାହେବ। କୃଷି ଓ କୃଷକଙ୍କୁ ମାର୍କେଟ୍ ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟଦେବା ପାଇଁ ଆମ ସରକାର ସର୍ବଦା କାମ କରୁଛି।

ତତ୍ ପରେ ଶ୍ରୀମତୀ ଅର୍ଚ୍ଚନା ସିଂ ପୌରପରିଷଦ ଅଧ୍ୟକ୍ଷ ଜଗତସିଂହପୁର ନିଜ ବକ୍ତବ୍ୟ ରଖିଥିଲେ ଯେ ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଏବଂ ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଆଗୁଆ ସହାୟତା ପାଇ ଚାଷକୁ ଆହୁରି ଆଗକୁ ନେଇ ପାରିବେ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏବଂ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଯୋରକୁଳ ପଞ୍ଚାୟତ ର ଚାଷୀ ଭାଇଭଉଣୀ, ଗ୍ରାମବାସୀ, କୃଷି ବିଭାଗ ର କର୍ମକର୍ତ୍ତା ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *