କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଅଖିମୁଠି ଅନୁକୂଳ ଓ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ

କଟକ ସଦର,୩୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ବୁଢିଆଣୀ ଠାକୁରାଣୀଙ୍କ ନିକଟରେ ଆଜି ବୁଧବାର ଦିନ ସଦର ବିଜେପି ପକ୍ଷରୁ ଆୟୋଜିତ ଅକ୍ଷୟ ତୃତୀୟା ଉତ୍ସବ ପାଳନ ଅବସରରେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଅଖିମୁଠି ଅନୁକୂଳ କରିଥିବା ଜଣାଯାଇଛି।

ଏଥିରେ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, କିଶନନଗର ସରପଂଚ ସୁଜାତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ  ବିଧାୟକ ଇଂ ସେଠୀ ରାଜ୍ୟ ସରକାର ଙ୍କ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ ହେବାକୁ ଥିବା ତେଲଦିଆ ସିଙ୍ଗାଳ ବଡ଼ ବୁଢିଆଣୀ ୨କିମି ୭୦୦ ମିଟର ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଅବସରରେ କନ୍ଦରପୁର ମଣ୍ଡଳ ବିଜେପି ପ୍ରଭାରୀ ବିମଳ ପଣ୍ଡା ଙ୍କ ସଭାପତିତ୍ବ ଓ ସୁଦାମଵତୀ ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବିଧାୟକ ଙ୍କ ସହିତ ସମୀର ସେନାପତି, ରଞ୍ଜନ ନନ୍ଦ,ସାଧୁ ଜେନା, ରମା ପ୍ରସାଦ ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ସ୍ୱ।ଇଁ,ସୁଭେନ୍ଦୁ ପଣ୍ଡା, ସରୋଜ ବାରିକ୍,ଵାପି ନନ୍ଦ, ଇଂ ପ୍ରଭାତ କୁମାର ସେଠୀ,ପ୍ରଭାଶ ଚନ୍ଦ୍ର ସେଠୀ, ଲକ୍ଷ୍ମୀଧର ଜେନା, ସୁରେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଧାୟକ କିଶନନଗର  ଠାରେ ସ୍ୱପ୍ନେଶ୍ୱର ମନ୍ଦିର ର ଶିଳାନ୍ୟାସ କରିଥିଲେ।

Leave a Reply

Your email address will not be published. Required fields are marked *