ଜଗତସିଂହପୁର ୨୮/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ବରିଷ୍ଠ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୪୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।
ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୭ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୭ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୬ ଟି, ଆବାସ ପାଇଁ ୧ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୧୫ ଟି, ଭତ୍ତା ପାଇବା ପାଇଁ ୪ ଟି, ପୋଲିସ ସହାୟତା ପାଇଁ ୩ ଟି ଏବଂ ଅନ୍ୟାନ୍ୟ ୮ ଟି ଅଭିଯୋଗର ଶୁଣାଣି କରାଯାଇଥିଲା।
ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା , ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର, ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ, ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ,ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୁଜଙ୍ଗ,ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ, ତହସିଲଦାର, କୁଜଙ୍ଗ, ଶ୍ରୀ ସ୍ୱରୂପ ନନ୍ଦନ ବେହେରା , ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।