ଛତ୍ରପୁର ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ଚମାଖଣ୍ଡି ଥାନା ଅଧିନ କାଳିଲ୍ଳୀ ଗାଁର ତଥା ସେନା ଯବାନ ଜେ.ଡିଲେଶ୍ୱର ପାତ୍ର ଙ୍କୁ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଗଞ୍ଜାମ ଏସପି ଜଗମୋହନ ମୀନା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଚମାଖଣ୍ଡି ଥାନା ଅଧୀନ କାଳୀପଲୀ ଗାଁ ର ଜେ. କଲ୍ୟାଣୀ ପାତ୍ର, ବି. ଚେନେୟା ପାତ୍ର ଓ ସିଏଚ. ଶେଖର ପାତ୍ର, ନିମଖଣ୍ଡି ଥାନା ଜି. ଜଗନ୍ନାଥପୁର ଗାଁ ର ବି. ବୁଲୁ ପାତ୍ର ଓ ସିଏଚ. ଭିକି କୁମାର ପାତ୍ର ଏମାନଙ୍କ ଠାରୁ ୨ଟି ଲେଖାଏଁ ବାଇକ ଓ ମୋବାଇଲ ଜବତ କରାଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଗଣେଷ ପୂଜା ବିସର୍ଜନକୁ କେନ୍ଦ୍ର କରି ମୃତ ଡିଲେଶ୍ୱରଙ୍କ ଗୋଷ୍ଠି ଓ ଅଭିଯୁକ୍ତଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଗାଁବାସୀଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା । ଡିଲେଶ୍ୱର ଭାରତୀୟ ସେନା ବାହିନୀ ରେ ଚାକିରୀ କରନ୍ତି । ନିଜର ଛୁଆ ହେବ ଜାଣି ସେ ୨୦ଦିନ ପାଇଁ ଛୁଟିରେ ଆସିଥିଲେ । ୩ ତାରିଖରେ ଗୋପାଳପୁର ଠାରେ ଚାଲିଥିବା କ୍ରିକେଟ ମ୍ୟାଚ ରେ ଅତିଥି ଭାବେ ଡିଲେଶ୍ୱର ଯୋଗଦେଇଥିଲେ । ସେଠାରେ ମଧ୍ୟ ତାଙ୍କ ସହ ଅଭିଯୁକ୍ତ ଙ୍କ ସହ ପୁଣି ଯୁକ୍ତି ତର୍କ ହୋଇଥିଲା । ପରେ ସ୍ଥିନୀୟ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଗୋପାଳପୁରରୁ କ୍ରିକେଟ ଖେଳ ଦେଖି ଫେରୁଥିବାବେଳେ ରବିବାର ତାଙ୍କ ଉପରେ ହରିପୁର ଛକଠାରେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।ପରେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ଏନେଇ ତାଙ୍କ ମା ଚମାଖଣ୍ଡି ଥାନାରେ ଏତଲା ଦେଇଥଲେ ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟା ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।