ଯାଜପୁର ଜିଲା ସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ -୨୦୨୪ ପାଳିତ ।

ଯାଜପୁର, ୦୫/୦୩/୨୦୨୪ (ଓଡ଼ିଶା ସମାଚାର)- ଜିଲା ପରିଷଦ, ଯାଜପୁର, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଯାଜପୁର ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ସଭାପତିତ୍ୱ ଯାଜପୁର ଜିଲା ସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ -୨୦୨୪ ପାଳିତ ହୋଇଯାଇଅଛି । ଲୋକଙ୍କ ସେବା ଜନ ପ୍ରତିନିଧି ମାନଙ୍କ ଶ୍ରେଷ୍ଠ ଧର୍ମ ହେଉ ବୋଲି ପ୍ରକାଶ କରିଛନ୍ତି । ଆଜି ୧୦୮ ତମ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ମହାନ ଜନନାୟକ, ଇଣ୍ଡୋନେସିଆର ଭୂମିପୁତ୍ର ଏବଂ ଆଧୁନିକ ଓଡିଶା ନିର୍ମାଣର ବିନ୍ଧାଣି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ ପୂର୍ବକ ତାଙ୍କର ରାଜନୈତିକ ଏବଂ ସମାଜ ସେବା ସ୍ୱର୍ଗତ ଜୟ ପ୍ରକାଶ ନାରାୟଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସଂପର୍କରେ ଉଦ୍ବୋଧନ ଦେଇଥିଲେ । ସଭାପତି ଭାଷଣରେ ଶ୍ରୀମତୀ ଜେନା କହିଲେ ଯେ, ଆଜି ପଂଚାୟତିରାଜ ଓ ଲୋକସେବା ଦିବସରେ ଜନ ପ୍ରତିନିଧି ମାନଙ୍କୁ ତ୍ରି ସ୍ତରୀୟ ଶାସନ ଓ ପ୍ରଶାସନ ବ୍ୟବସ୍ଥାର ଦାୟିତ୍ୱ, କର୍ତବ୍ୟ ଓ ଭୂମିକା ସମ୍ୱନ୍ଧରେ ପ୍ରେରଣା ଯୋଗାଇବ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୁର୍ଦ୍ଧଶ, କର୍ମମୟ ଜୀବନରେ କେତେବେଳେ ହାର୍ ମାନି ନାହାନ୍ତି ବୋଲି ଉଥାପନ କରି ତାଙ୍କର ସ୍ୱପ୍ନର ଓଡିଶା ଆଜି ତାଙ୍କ ସୁ ପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗେଇ ନେବା ସହ ଯାଜପୁର ଜିଲାର ସର୍ବାଙ୍ଗୀନ ଉନ୍ନତିକଳ୍ପେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସୂଚନା ଦେଇଥିଲେ । ଗଣତନ୍ତ୍ରରେ ତ୍ରି ସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ସାରା ପୃଥିବୀରେ ଅନନ୍ୟ ବୋଲି ସେ ପ୍ରକାଶ କରି ଯାଜପୁର ଜିଲାରେ ପଂଚାୟତିରାଜ ଶାସନ ସୁନ୍ଦର ଭାବେ ପରିଚାଳିତ ହେଉଛି ବୋଲି ଦୃଢୋକ୍ତି ପ୍ରକାଶ କରି ଜିଲାକୁ ଆହୁରି ଆଗକୁ ନେବାକୁ ସେ ଆହ୍ୱାନ ଦେଇଥିଲେ । ସେହିପରି ମହିଳାମାନେ ପଂଚାୟତିରାଜ ବ୍ୟବସ୍ଥାରେ ଶତପ୍ରତିଶତ ପ୍ରତିନିଧିତ୍ୱ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ ସମୟରେ ମହିଳା ମାନଙ୍କ ସଂରକ୍ଷଣ ସ୍ଥାନ ୩୩% ଥିବାବେଳେ ବର୍ତମାନ ତାଙ୍କ ସୁ ପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳା ମାନଙ୍କ ସଂରକ୍ଷଣ ସ୍ଥାନ ୫୫% କୁ ଅଭିବୃଦ୍ଧି କରିଛନ୍ତି ।

ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ୱର ବରାଳ, ଜିଲା ପଂଚାାୟତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାହୁ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀମତୀ ରଶ୍ମିରେଖା ପ୍ରଧାନ, ପ୍ରୋଜେକ୍ଟ ମ୍ୟାନେଜର(ଦକ୍ଷତା ବିକାଶ), ଜିଲା ପରିଷଦ ଶ୍ରୀମତୀ ମଧୁମିତା ପୃଷ୍ଟି, ମିଳିତ ଭାବେ ସମାରୋହକୁ ଉଦଘାଟନ କରିଥିଲେ ।
ଜିଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ୱର ବରାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ତ୍ରି ସ୍ତରୀୟ ପଂଚାୟତିରାଜ ଦିବସକୁ ସୁଦୃଢ କରିବା ନେଇ ଶାସନ ଓ ପ୍ରଶାସନକୁ ତୃଣମୂଳ ସ୍ତରରେ ନିକଟବର୍ତୀ କରାଇବା ପାଇଁ ଓଡିଶାକୁ ୧୩ ଗୋଟି ଜିଲାରୁ ୩୦ ଗୋଟି ଜିଲାରେ ପରିଣତ କରିବା ଭଳି ମହତ କାର୍ଯ୍ୟ ବିଜୁ ପଟ୍ଟନାୟକଙ୍କୁ ଚିର ସ୍ମରଣୀୟ କରି ରଖିବ । ଓଡିଶାକୁ ସଶକ୍ତ କରିବା ଓ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ । ଜନ ପ୍ରତିନିଧି ମାନେ ଲୋକଙ୍କ ପାଖରେ ପହଂଚି କିଭଳି ଜନସାଧାରଣଙ୍କ ସମସ୍ୟା ଗୁଡିକୁ ସମାଧାନ କରିବେ ସେ ସମ୍ୱନ୍ଧରେ ବିଜୁ ପଟ୍ଟନାୟକଙ୍କ ଅହରହ ଚିନ୍ତାଧାରା ପାଇଁ ଆଜି ପ୍ରଶାସନ ତୃଣମୂଳ ସ୍ତରରେ ପହଂଚି ପାରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲାକୁ ସର୍ବାଗ୍ରେ ଉନ୍ନତି ଆଣିବାକୁ ଯେଉଁ ଆନ୍ତରିକତା ପ୍ରଦାନ କରିଛନ୍ତି ତାହାକୁ ବଜାୟ ରଖିବାକୁ ହେଲେ ଜିଲାର ସମସ୍ତ ଜନ ପ୍ରତିନିଧି ନିଷ୍ଠାର ସହ ଜନସାଧାରଣଙ୍କ ସମସ୍ୟା ସମାଧାନ କଲେ ତାହା ହିଁ ଆଜି ଦିବସ ପାଳନର ଯଥାର୍ଥତା ପ୍ରତିପାଦିତ ହେବ ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀମତୀ ରଶ୍ମିରେଖା ପ୍ରଧାନ ଯୋଗଦେଇ କହିଲେ ଯେ, ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟ ହେଲେ ଜନସାଧାରଣ । ସ୍ୱର୍ଗତ ବିଜୁ ପଟ୍ଟନାୟକ ସବୁବେଳେ ଲୋକ ମାନଙ୍କ ଦ୍ୱାରା ଲୋକ ମାନଙ୍କର ଓ ଲୋକ ମାନଙ୍କ ପାଇଁ ବିଧି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ଶାସନ ସମୟରେ ପାରାଦୀପ ବନ୍ଦର, ପାରାଦୀପ ଦୈତାରୀ ଜାତୀୟ ରାଜପଥ, ଗୋପାଳପୁର ସାମୁଦ୍ରିକ ତଟ ଠାରୁ ଆରମ୍ଭ କରି ଅନେକ ବୃହତ ପ୍ରକଳ୍ପ ନିର୍ମାଣ ଦ୍ୱାରା ଓଡିଶାର ଦୃତ ବିକାଶ ଘଟିଛି । ଜିଲା ପରିଷଦ ସଭ୍ୟ ଶ୍ରୀ ଅଶୋକ କୁମାର ସାମଲ ତାଙ୍କ ବକ୍ତବ୍ୟରେ ଜନସାଧାରଣ ମାନେ ସରକାରଙ୍କ ଯୋଜନାର ସୁ ଫଳ ପାଇବାରୁ ଯେଭଳି କେହି ବାଦ୍ ନ ପଡନ୍ତୁ ସେ ଦିଗରେ ଦୃଷ୍ଟି ଦେବାକୁ ଜନ ପ୍ରତିନିଧି ମାନଙ୍କ ପ୍ରଧାନ କର୍ତବ୍ୟ ବୋଲି କହିଥିଲେ । ସେହିପରି ସରକାରୀ କର୍ମଚାରି ମାନେ ୫ଟି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସଦା ସର୍ବଦା ସେବା ଯୋଗାଇ ଦେବାକୁ ଗୁରôତ୍ୱାରୋପ କରିଥିଲେ । ଜିଲା ପଂଚାୟତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାହୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକର କାର୍ଯ୍ୟକାରିତା ଦିଗରେ ଜନ ପ୍ରତିନିଧି ମାନଙ୍କ ଯଥେଷ୍ଟ ଭୂମିକା ରହିଛି ବୋଲି କହିଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ତ୍ରି ସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ମଧ୍ୟରେ ଗ୍ରାମ ପଂଚାୟତ ଠାରୁ ଜିଲା ପରିଷଦ ଓ ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ଶାସନର ସୁଫଳ ପାଇବାକୁ ହେଲେ ଜନ ପ୍ରତିନିଧି ମାନେ ଯୋଜନାର ସଠିକ ରୂପାୟନରେ ପ୍ରଶାସନକୁ ସହଯୋଗ କଲେ ପ୍ରକୃତ ହିତାଧିକାରୀ ନିଶ୍ଚିତ ଭାବେ ସୁପଂଳ ପାଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ ।
ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଦିଲିପ ଦାଶ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଯେ ପକ୍ଷୀ ଊଡେ ଯେତେ ଦୂର, ସେ ଜାଣେ ତାର ଅତୀର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଝଡ ସମୟର ଇଗଲ ସଦୃଶ । ୧୯୬୦ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ୍ ନେହେରୁ ତ୍ରି ସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରଚଳନ କରିଥିଲେ । ବର୍ତମାନ ଆମ ଓଡିଶା, ନବୀନ ଓଡିଶା ଯୋଜନା ମାଧ୍ୟମରେ ଓଡିଶାରେ ସମସ୍ତ ଗ୍ରାମର ବିକାଶ ଖୁବ୍ ଦ୍ରୁତ ଗତିରେ ଚାଲିଛି । ଗୋଟିଏ ଦେଶର ମେରୁଦଣ୍ଡ ହେଉଛି ଗାଁ । ଗାଁ ର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ସେ ପ୍ରକାଶ କରିଥିଲେ ।
ଜିଲା ସ୍ତରରେ ବିଜୁ ପଟ୍ଟନାୟକ ପଂଚାୟତ ସଶକ୍ତିକରଣ ଯୋଜନାରେ ମନୋନୀତ ୩ ଗୋଟି ପଂଚାୟତ ଯଥା- ବିଂଝାରପୁର ବ୍ଳ୍କର ଅରେଇ ପଂଚାୟତ ପ୍ରଥମ ସ୍ଥାନରେ ରହିଥିବାରୁ ଟ.୧,୫୦,୦୦୦/- ଅର୍ଥ ଚେକ୍ ରାଶି ଓ ମାନପତ୍ର, କୋରାଇ ବ୍ଳ୍କର କନ୍ତର ପଂଚାୟତ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଟ. ୧,୨୫,୦୦୦/- ଅର୍ଥ ଚେକ୍ ରାଶି ଓ ମାନପତ୍ର ଏବଂ ସୁକିନ୍ଦା ବ୍ଳକର ହରିପୁର ପଂଚାୟତ ତୃତୀୟ ସ୍ଥାନରେ ରହିଥିବାରୁ ୧ ଲକ୍ଷ ଚେକ୍ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
ଦିବସ ପାଳନରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ଜୋନର ସଭ୍ୟ/ସଭ୍ୟା, ପଞ୍ଚଂଚୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସରପଂଚ, ବୁଦ୍ଧିଜିବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲା ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପ୍ରୋଜେକ୍ଟ ମ୍ୟାନେଜର (ଦକ୍ଷତା ବିକାଶ), ମଧୁମିତା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ ।
-୦-

Leave a Reply

Your email address will not be published. Required fields are marked *