କଟକ, ୨୭/୧୦/୨୦୨୫(ଓଡ଼ିଶା ସମାଚାର)- ଆଜି (ସୋମବାର) ସନ୍ଧ୍ୟାରେ ଜୋବ୍ରା ବ୍ୟାରେଜ ଠାରେ ମହାନଦୀକୁ ଡେଇଁ ପଡ଼ିଲେ ଜଣେ ମହିଳା। ଏ ନେଇ କଂଟ୍ରୋଲ ରୁମକୁ ସୂଚନା ମିଳିବା ପରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ।
ହେଲେ ଅଗ୍ନିଶମ ବାହିନୀ ସେଠାରେ ପହଂଚିବା ପୂର୍ବରୁ ମତ୍ସ୍ୟଜୀବୀମାନେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିସାରିଥିଲେ। ଅଗ୍ନିଶମ ବାହିନୀ ଉଦ୍ଧାର ହୋଇଥିବା ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ମହିଳା ଜଣକ କଟକ ବକ୍ସିବଜାର ବେପାରି ସାହିର ମାହେଶ୍ଵରୀ ପାଣ୍ଡେ (୩୬) ବୋଲି ଜଣାପଡ଼ିଛି । ହେଲେ ମହାନଦୀକୁ ଡେଇଁ ବାର କାରଣ ଜଣାପଡ଼ି ନାହିଁ।
