ବଡ଼ବିଲ ସିଭିଲ ସୋସାଇଟି ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା

ବଡ଼ବିଲ,୨୫/୦୪/୨୦୨୫ (ଓଡ଼ିଶା ସମାଚାର)- ଜାମୁ କାଶ୍ମୀର ପେହଲା ଗ୍ରାମ ରେ ପାକିସ୍ତାନ ଆତଙ୍କ ବାଦୀଙ୍କ ବର୍ବରତା ଘଟଣା ରେ ଭାରତର ନିରୀହ ଛବିଶ ଜଣକୁ ମାରିବା ଓ ଧର୍ମ କୁ ନେଇ ରକ୍ତ ର ହୋଲି ଖେଳିବାକୁ ଆଜି କେନ୍ଦୁଝର ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ବଡ଼ବିଲ ସିଭିଲ ସୋସାଇଟି ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବଡ଼ବିଲ ଭୋଳା ଗ୍ୟାରେଜ ଠାରୁ ଅଟଳଛକ ପର୍ୟ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବରେ ବାହାରି ଥିଲା ।

ଏହି ଶୋଭାଯାତ୍ରା ରେ ଶହ ଶହ ବଡ଼ବିଲ ବାସୀ ଯୋଗ ଦେବା ସହ ଶୋଭାଯାତ୍ରା ଯାଉଥିବା ରାସ୍ତା ରେ ସମ୍ମାନ ଜଣାଇବାପାଇଁ ଦୋକାନ ବଜାରର ଲାଇଟ ବନ୍ଦ କରିଥିଲେ ଓ ପରି ଶେଷରେ ଅଟଳ ଛକ ରେ କ୍ୟାଣ୍ଡାଲ ରଖି ସମସ୍ତ ଅମର ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Leave a Reply

Your email address will not be published. Required fields are marked *