କବି ଫନୀ ମହାନ୍ତି ଓ ଇଂ. ଯାମିନୀକାନ୍ତ ଦାସଙ୍କ କଲିକତା ସାହିତ୍ୟ ଉତ୍ସବରେ ଯୋଗଦାନ ।

 ଭୁବନେଶ୍ୱର,୨୫/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୋଲକାତାରୁ ଦୀର୍ଘ ପଚାଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା “ଅନୁବାଦ” ପତ୍ରିକାର  ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡକ୍ଟର ଫନି ମହାନ୍ତିଙ୍କୁ ‘ଜୀବନ କୃତି ଅନୁବାଦ ସାହିତ୍ୟ ପୁରସ୍କାର’ରେ ସମ୍ମାନିତ କରାଯାଇଥିବା ବେଳେ ଉତ୍ସବରେ ଇଂ. ଜାମିନୀ କାନ୍ତ ଦାସ “ସମ୍ମାନିତ ଅତିଥି” ଭାବେ କଲିକତା ସ୍ଥିତ ସଲ୍ଟ ଲେକ୍ ଠାରେ ଅବସ୍ଥିତ ଇଷ୍ଟର୍ଣ ଜୋନ ସାଂସ୍କୃତିକ ଭବନରେ ଯୋଗ ଦେଇଥିଲେ।

ଡକ୍ଟର ଫନୀ ମହାନ୍ତି ତାଙ୍କ ଶାଣିତ ମନ୍ତବ୍ୟରେ ବିଭିନ୍ନ ଭାଷାର ସାହିତ୍ୟିର ବିକାଶ ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ କବି ଇଂ ଯାମିନିକାନ୍ତ ଦାସ ବିଭିନ୍ନ ଭାଷାର କବି ମାନଙ୍କର ସାହିତ୍ୟ ପ୍ରତି ଅନୁରାଗ ନିଶ୍ଚିତ ଭାବେ ଆଗାମୀ ପିଢୀର ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଇଂ ସରୋଜ କୁମାର ମହାପାତ୍ର, ଯୁବ ସାହିତ୍ୟିକ ନିହାରକନ୍ୟା ସାହିତ୍ୟ ସଂସଦର ସମ୍ପାଦକ ସୁରଞ୍ଜନ ପାତ୍ରଙ୍କ ସହ ବିଶିଷ୍ଟ କବି ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଯଶୋଧାରା ଦାସ,  ହରେକୃଷ୍ଣ ଦାଶ, ସୋନାଲି ସାହୁ, ଇସ୍ପିତା ଷଡଙ୍ଗୀ, , ସଙ୍ଘମିତ୍ରା ରାୟଗୁରୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *