ଭୁବନ ୨୫/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏମ କେ ସି ସି କ୍ରିକେଟ କ୍ଲବ ର ତୃତୀୟ ବାର୍ଷିକ ନାଇଟ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏମ କେ ସି ସି ( ବଡ଼ହାଟ) ସହିତ ଲତାବିଲ କ୍ରିକେଟ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଟସ୍ ରେ ଜିଣି ଲତବିଲ ଟିମ୍ ୧୨ ଓଭର ରେ ୬ ୱିକେଟ ହରାଇ ୧୬୬ ରନ କରିଥିବା ବେଳେ ଏହାର ଜବାବ ରେ ଏମ କେ ସି ସି ( ବଡ଼ହାଟ) ,୧୨ ଓଭର ରେ ୩ ୱିକେଟ ହରାଇ ୧୨୦ ରନ କରିବାକୁ ସକ୍ଷମ ହୋଇଥିଲା ।
ଏମ କେ ସି ସି କ୍ଲବ ସଭାପତି ଚଗଲି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭୁବନ ଉଚ୍ଚ ବିଦ୍ୟାଳୟ ଅଲୁମିନି କମିଟି ସଭାପତି ଇଞ୍ଜିନିୟର ଦେବେନ୍ଦ୍ର କୁମାର ପୃଷ୍ଟି ମୁଖ୍ୟ ଅତିଥି,ପରିଚାଳନା କମିଟି ସଭାପତି କେଦାର କୁମାର ଦାସ,ବଡ଼ହାଟ ଦଶହରା କମିଟି ସଭାପତି ଦେବେନ୍ଦ୍ର ସାହୁ ଓ ସାମ୍ବାଦିକ ଦେବାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଚାମ୍ପିଅନ ଟିମ୍ କୁ ଟ୍ରଫି ଓ ରନର୍ସ ଅଫ୍ ଟିମ୍ କୁ କପ୍ ପ୍ରଦାନ କରିଥିଲେ ।
ପ୍ରଭାତ ମହାରଣା ଶ୍ରେଷ୍ଠ ବ୍ୟାଟସ ମ୍ୟାନ, ଚିକୁନ ସାହୁ ଶ୍ରେଷ୍ଠ ବୋଲର ଏବଂ ଦିବ୍ୟ ରଞ୍ଜନ ସାହୁ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।