ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଉଦଯାପିତ 

ଭୁବନ ୧୯/୦୫/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜୁ ପଟ୍ଟନାୟକ ଖେଳ ଭବନ ଠାରେ ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଏପ୍ରିଲ ୨୫ ରୁ ମେ ୧୧ ଯାଏ ପନ୍ଦର ଦିନ ଧରି ଚାଲିଥିଲା । ଯେଉଁଥିରେ ଭୁବନ ଅଞ୍ଚଳ ର ମୋଟ ୪୦ ଜଣ କ୍ରୀଡା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥଲେ । ରାଜ୍ୟ କ୍ରୀଡ଼ା ବିଭାଗ ଦ୍ୱାରା ଆୟୋଜିତ ଏହି କ୍ରୀଡା ଶିବିର ର ଲକ୍ଷ୍ୟ ହେଉଛି ବ୍ୟାଡମିଣ୍ଟନ କ୍ରୀଡା ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ଏବଂ କ୍ରୀଡା କ୍ଷେତ୍ରରେ ରାଜ୍ୟ ପାଇଁ ସଫଳତା ହାସଲ କରି ଗୈାରବ ଅର୍ଜନ କରିବା ।

ଇଣ୍ଡୋର୍ ଷ୍ଟାଡିୟମ୍ ଭାରପ୍ରାପ୍ତ ଅଧିକାରୀ ବିଶ୍ୱଜିତ୍ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ସୁସ୍ଥ ଶରୀର ପାଇଁ କ୍ରୀଡା ଅପରିହାର୍ଯ୍ୟ । ସୁସ୍ଥ ଜୀବନ ସହିତ ରାଜ୍ୟ ଓ ଦେଶର ପ୍ରଗତି ରେ କ୍ରୀଡାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଭୁବନ ଆର୍ଯ୍ୟ ସମାଜ ଆବାହକ ମଳୟ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ କରାଯାଇଥିଲା।ବ୍ୟାଡମିଣ୍ଟନ ପ୍ରଶିକ୍ଷକ ହଳଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *