କେନ୍ଦ୍ରାପଡ଼ା,୧୭/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସନ୍ଧ୍ୟାରେ କ୍ୱାଟର ଫାଇନାଲ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବ ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱ ଏବଂ କ୍ଲବର ସମ୍ପାଦକ ସେକ ଲିୟାକତ ଅଲ୍ଲୀଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଏଭଳି ଫୁଟବଲ ଟୁର୍ଣ୍ଣାମେଂଟର ଆୟୋଜନ ଫଳରେ କେନ୍ଦ୍ରାପଡାର ଯୁବକ/ଯୁବତୀମାନଙ୍କ ମଧ୍ୟରେ ଏହି ଖେଳ ପ୍ରତି ଆଗ୍ରହ ସୃଷ୍ଟି ସହ ଫୁଟବଲ ଖେଳରେ ଆମ ଜିଲାରେ ବହୁ ପ୍ରତିଭାବାନ କ୍ରୀଡାବୀତ ସୃଷ୍ଟି ହୋଇପାରିବେ ।
ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ ଏଭଳି ପ୍ରତିଯୋଗିତାର ଆୟୋଜନ ଦ୍ୱାରା କ୍ରୀଡାବିତଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ବହୁ ନୂତନ କ୍ରୀଡାବୀତ ସୃୃଷ୍ଟି ହୋଇ ଆମ ଜିଲାକୁ ଗୌରବାନ୍ୱିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି ଓ ମୁକ୍ତାର ଖାଁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଫୁଲବାଣୀର ଜେଡି କ୍ଲବ ମୟୁରଭଞ୍ଜର ଲିଓ ବାଗାଲ ବାଗାନ କ୍ଲବକୁ ୭-୬ ସଡନଡେଥ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଆଜିର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ୍ରେ କଲିକତାର ନିଉଟାଉନ ସ୍ପୋର୍ଟସ କେନ୍ଦ୍ରାପଡା ୧୧ଷ୍ଟାରକୁ ଭେଟିଥିଲା ।
ଉପସଭାପତି ମୀର ବକ୍କାଉଲ୍ଲା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମ୍ୟାଚକୁ ରେଫରୀ ଭାବେ ଶିବାନୀ ରାଜପୁତ, ଦେବଜାନୀ ମଣ୍ଡଳ, ଉମା ବାରୋହୀ ଓ ବନ୍ଦନା ବୋଷ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ସଫାତୁଲ୍ଲା, ସେକ ସିରହାନ ଅଲ୍ଲୀ, ମହମ୍ମଦ ଆୟାଜ, ମହମ୍ମଦ ଆମୀର, ବାସା ଖାଁ, ପ୍ରଦୀପ କୁମାର ବେହେରା, ଅବଦୁଲ ମଜିଜ, ମୀର ୟାସିର, ସେକ ପରୱେଜ୍ ଅହେମ୍ମଦ, ଫୁରକାନ ଖାଁ, ଟିକା ଖାନ୍, ସେକ ଅମୀର ଅହେମ୍ମଦ, କଲିମ ଖାନ୍, ନୁର ଖାନ, ସୟଦ ଅହେସାନ ଅଲ୍ଲୀ, ସିପୁନ ଖାନ, ସେକ ବୁରଖାନ, ଆଝାରୁଦ୍ଧିନ ଖାନ, ପ୍ରମୁଖ ଟୁର୍ଣ୍ଣାମେଂଟ୍ ପରିଚାଳନାରେ ସହଯୋଗ କରିଥିଲେ ।
