ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲେ ଦଳର ସୁପ୍ରିମୋ

ଭୁବନେଶ୍ବର, ୦୧/୦୧/୨୦୨ ୪ (ଓଡ଼ିଶା ସମାଚାର)- ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ କରିଛନ୍ତି। ୨୦୧୮ରେ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା।
୨୦୧୮ ସେପ୍ଟେମ୍ବର ମାସରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଧାୟକ ଦାମୋଦର ରାଉତ ଙ୍କୁ ବହିଷ୍କୃତ କରାଯାଇଥିଲା।
ଡାକ୍ତର ଦାମୋଦର ରାଉତ ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ। ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ସେ ବିଜେପି ଛାଡ଼ି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ। ବିଜେଡିରେ ଯୋଗ ଦେବାକୁ ସେ ଚାହିଁଥିଲେ ମଧ୍ୟ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟିନଥିଲା । ତେବେ ଆଗାମି ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି । ସେ ବର୍ତମାନ ଅସୁସ୍ଥ ଥାଇ ଚିକିତ୍ସାଧିନ ଅଛନ୍ତି ।

Leave a Reply

Your email address will not be published. Required fields are marked *