ଭୀମଟାଙ୍ଗିରେ ମହାଶିବରାତ୍ରୀ ଉତ୍ସବ

ଭୁବନେଶ୍ୱର, ୦୯/୦୩/୨୦୨୪ (ଓଡ଼ିଶା ସମାଚାର)-ଭୀମଟାଙ୍ଗିସ୍ଥିତ ଭୀମେଶ୍ୱର ମନ୍ଦିର ପରିସରରେ ମନ୍ଦିର ସମିତି ପକ୍ଷରୁ ମହାଶିବରାତ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଏନେଇ ପ୍ରବଳଭିଡ଼ ହୋଇଥିଲା । ବିଭିନ୍ନ ନୀତି ଓ ଦର୍ଶନ ପାଇଁ ଲମ୍ବା ଧାଡ଼ି ଯୋଗୁଁ ରାତି ସାଢ଼େ ୧୧ଟାରେ ମହାଦୀପ ଉଠିଥିଲା । ଚତୁର୍ଦଶୀ ନୀତି ଅନୁଯାୟୀ ପୂଜା କରାଯିବା ସହ ଜାଗର ପାଳନ ହୋଇଥିଲା । ବିଭିନ୍ନ ଭଜନ ଜଣାଣ ଶୁଣିବାକୁ ମିଳିଥିଲା । ଏହାକୁ ମନ୍ଦିର ପରଚାଳଣା ସମିତିର ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ସେଠୀ, ହରିହର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଶତପଥି, କର୍ପୋରେଟର ଶିବ ନାରାୟଣ ରାୟଙ୍କ ଉପସ୍ଥିତିରେ ୫ହଜାର ଭକ୍ତଙ୍କୁ ଭୋଗ ବଂଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *