ଆରପାରିରେ ଶତାୟୁ ମଞ୍ଚ ଅଭିନେତା ଦୀନବନ୍ଧୁ ଦାସ

ମାହାଙ୍ଗା,୨୨/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଧଉଳିଆ ଗ୍ରାମର ଶତାୟୁ ମଞ୍ଚ ଅଭିନେତା ତଥା ବିଶିଷ୍ଟ ସଂକୀର୍ତ୍ତନ ପ୍ରେମୀ କଳାକାର ଦୀନବନ୍ଧୁ ଦାସଙ୍କର ମଙ୍ଗଳବାର ଦିନ ଦେହାନ୍ତ ଘଟିଛି । ବିନାୟକ କ୍ଲବ ଧଉଳିଆ ଭଳି ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଆଜୀବନ ଜଡିତ ଥିଲେ ଦୀନବନ୍ଧୁ ଦାସ ।

ଗଣକବି ବୈଷ୍ଣବପାଣିଙ୍କ ଶତାଧିକ ଗୀତିନାଟ୍ୟ, ସୁଆଙ୍ଗ, ଗୀତାଭିନୟ ଏବଂ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରି ସେ ପ୍ରଶଂସା ସାଉଁଟି ଥିଲେ । ରାଜ୍ୟ ସରକାର ତା’ଙ୍କୁ ଜଣେ କୃତୀ କଳାକାର ଭାବେ ସ୍ୱୀକୃତି ମଧ୍ୟ  ଦେଇଥିଲେ ।  ୯୨ ବର୍ଷ ବୟସରେ ଜନ୍ମମାଟି ଧଉଳିଆ ଠାରେ ଏହି ଯଶସ୍ବୀ କଳାକାରଙ୍କ ମୃତ୍ୟୁ ଘଟିବା ପରେ,ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ଏହି ଶତାୟୁ ପୁରୁଷଙ୍କ ବିୟୋଗରେ ସମାଜସେବୀ ଅଖିଳେଶ ମହାନ୍ତି, ପୂର୍ବତନ ସମିତିସଭ୍ୟ ରାଧାନାଥ ରାଉତ,ଶିକ୍ଷାବିତ ସୁନାକର ନାୟକ, ପୂର୍ବତନ ସରପଞ୍ଚ ସୁବାସ ବେହେରା, ମଞ୍ଚ ଅଭିନେତା ଲକ୍ଷ୍ମୀଧର ସାମଲ, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ମନୋରମ ମହାନ୍ତି,କଳ୍ପନା ଯେନା, ପୂର୍ବତନ ସମିତିସଭ୍ୟ ମହେଶ୍ୱର ରାଉତ,ଲକ୍ଷ୍ମୀଧର ବେହେରା,ନିହାର ରଞ୍ଜନ ପଣ୍ଡା,କୁହୁଣ୍ଡା ପଞ୍ଚାୟତର ସରପଞ୍ଚ ନଳିନୀ ପ୍ରଭା ପ୍ରଧାନ, ସମିତିସଭ୍ୟ ସୁପ୍ରଭା ସାମଲ,ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଅଲେଖ ଚନ୍ଦ୍ର ଦାସ, ନିରଞ୍ଜନ ମୁଦୁଲି, ପ୍ରଭାତ ଘଡେଇ, ଗଣେଶ ବିହାରୀ, ମାଗୁଣି ସାମଲ, ଗୟାଧର ସାହୁ,ରମାକାନ୍ତ ପଣ୍ଡା, ରବୀନ୍ଦ୍ର ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *