ମାହାଙ୍ଗା,୨୮/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) -ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମୁଡା ଜୟପୁର ଫାଣ୍ଡି ଅଂଚଳରୁ ଆଜି ଜନୈକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ଫାଣ୍ଡି ଠାରୁ ଅନତି ଦୂରରେ ମଧୁପୁର ପଞ୍ଚାୟତ ଅଧିନସ୍ଥ କୁସୁକଣ୍ଟା ଗ୍ରାମ ନିକଟବର୍ତ୍ତୀ ବଡ଼ ଗେଙ୍ଗୁଟି ନଦୀ ଭିତରେ ଏହି ଶବ ଭାସୁଥିବା ପୋଲିସକୁ ସୂଚନା ମିଳିଥିଲା । ମୃତବ୍ୟକ୍ତିର ଆନୁମାନିକ ବୟସ ୫୦ ହେବ ବୋଲି ପୋଲିସ କହିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ମାହାଙ୍ଗା ଆଇଆଇସି ତପନ କୁମାର ରାଉତ ଏବଂ ଫାଣ୍ଡି ଅଧିକାରୀ ମନୋଜ ବେହେରା ଅଗ୍ନିଶମ ବାହିନୀ ସହାୟତାରେ ନଦୀ ଭିତରୁ ଶବକୁ ଉଦ୍ଧାର କରିଥିଲେ ।ପୋଲିସ ଏକ ଅପମୃତ୍ୟୁ ମାମଲା ୠଜୁକରି ଶବ ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇବା ସହିତ ତଦନ୍ତ ଜାରୀ ରଖିଛି ।
