କଟକ ସଦରର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥ ଟଣା 

କଟକ ସଦର, ୧୬/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଗୁରୁବାର ଦିନ ପୁରୀ ଠାରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ କଟକ ସଦରର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥ ଟଣା ହୋଇଥିବା ଜଣାପଡିଛି।

ପ୍ରବଳ ବର୍ଷା ସତ୍ବେ କିଶନନଗର ଠାରେ ଗୋଟିଏ ରଥ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ଟଣା ଯାଇଥିବା ବେଳେ ଅନ୍ୟ ଏକ ରଥ ରାମଚନ୍ଦ୍ରପୁର ଠାରୁ ଥାନାଗଡା ପର୍ଯ୍ୟନ୍ତ ଟଣା ହୋଇଥିଲା। ସେହିପରି ତତଲାପଦା ଠାରୁ ନାନପୁର ପର୍ଯ୍ୟନ୍ତ ଏଵଂ ଫକିରପଡା ଓ ଗତିରାଉତ ପାଟଣା ଠାରେ ରଥ ଟଣା ଯାଇଥିବା ବେଳେ ୪୨ ମୈ।ଜାର ରାଉତରାପୁର ଓ ଵେଣ୍ଟକାର ଠାରେ ରଥ ଟଣା ହୋଇଥିବା ଜଣାପଡିଛି।

ରାଉତରାପୁର ଓ ଵେଣ୍ଟକାର ଠାରେ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସାମାଜିକ ସଂଗଠନ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଯୋଗଦେଇ ରଥ ଟାଣିବା ସହିତ ଜଗନ୍ନାଥ ଙ୍କ ନିକଟରେ କଟକ ସଦର ଜନସାଧାରଣଙ୍କ ଶୁଖ ସମୃଦ୍ଧି କାମନା କରିଥିଲେ।

Leave a Reply

Your email address will not be published. Required fields are marked *