ପକ୍ଷାଘାତ ରୋଗୀ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା

ଖଜୁରିଆକଟା,୨୨/୦୪/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମର ସୁଶୀଳା ବେୱା (୭୭) ସ୍ବାମୀ ସ୍ବର୍ଗତ ବାଇଧର ନାୟକ, ଆଜକୁ ପାଞ୍ଚ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ବହୁ ଦୁଃଖ କଷ୍ଟରେ ଘରେ ପଡି ରହିଛନ୍ତି। ମାସକୁ ଏକ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇ ଆସୁଥିବା ବେଳେ ଏହି ପାଞ୍ଚ ବର୍ଷ ହେବ ପକ୍ଷାଘାତ ରୋଗ ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ୟାଙ୍କ କୁ ଯାଇ ଭତ୍ତା ଉଠାଇବାକୁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି।

ପୁଅ ବୋହୁ ପ୍ରତି ମାସରେ ଅଟୋ ଯୋଗେ ତାଙ୍କୁ ବୋହି ନେଇ ଯାଉଥିବା ବେଳେ ଭତ୍ତା ପାଇଁ ବ୍ୟାଙ୍କ ରେ ଲମ୍ବା ଧାଡ଼ିରେ ଛିଡା ହେବା କଷ୍ଟକୁ ଦ୍ଵିଗୁଣିତ କରିଦେଇଛି। ଏ ସମସ୍ୟା ନେଇ ସୁଶୀଳା ଙ୍କ ପୁଅ ବିପ୍ରବନ୍ଧୁ ପଞ୍ଚାୟତ ସରପଞ୍ଚ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିନ୍ଦୋଳ ବିଡ଼ିଓ ଙ୍କୁ ଜଣାଇ ଆସିଥିଲେ ହେଁ ଏହାର ଫଳ ଶୂନ। ସୁଶୀଳା କଥା କହି ପାରୁନଥିବା ବେଳେ ଲୁହ ଭରା ଆଖିରେ ଇଙ୍ଗିତ କରନ୍ତି ମଲେ ମରିବି ପଛେ ଭତ୍ତା ପାଇଁ ଆଉ କୌଣସି କାର୍ଯ୍ୟାଳୟ କୁ ଯାଇ ପାରିବି ନାହିଁ। ଏଭଳି ପରିସ୍ଥିତିରେ ସୁଶୀଳା ଙ୍କୁ ହାତାହାତି ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *