ରତିକାନ୍ତ ମହାନ୍ତିଙ୍କ ସ୍ମରଣିକା ପାଇଁ ଲେଖା ପଠାଇବାକୁ ଅନୁରୋଧ

ଶନିବାର ଗୀତଗୋବିନ୍ଦ ସଦନରେ ସ୍ମୃତିସଭା
ଭୁବନେଶ୍ୱର,୨୨/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ରାଜ୍ୟସ୍ତରୀୟ ଶୋକସଭା ଆସନ୍ତା ୨୬ ତାରିଖରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ । ଏଥିରେ ଏକ ସ୍ମରଣିକା ପ୍ରକାଶ ପାଇବ । ଏଥିପାଇଁ ରତିଭାଇ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଲେନ୍ ଭାଇ ସଦନରେ ଅନୁଷ୍ଠିତ ହୋଇଯାଇଛି ।

ସ୍ମୃତି କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶୋକସଭା ପାଳନ ନେଇ ବିସ୍ତୁତ ଆଲୋଚନା ହୋଇଥିଲା । ସ୍ମରଣିକା ପାଇଁ ରାଜ୍ୟର କୋଣ ଅନୁକୋଣରେ ତାଙ୍କ ସଂସ୍ପର୍ଶରେ ଆସିଥିବା ରାଜନେତା, ସାମ୍ବାଦିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି ।

ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତା ବୁଧବାର ରାତି ସୁଦ୍ଧା ସେମାନଙ୍କ ଲେଖା ଇ-ମେଲ ଆଇଡି କ୍ସବଗ୍ଧସଭଷବସଗ୍ଦଜ୍ଞକ୍ସଙ୍କଗ୍ଧସଅଶଜ୍ଞବସକ୍ଷ.ମକ୍ଟଜ୍ଞ କିମ୍ବା ହ୍ୱାଟସଅଫ୍ ନମ୍ବର ୯୪୩୮୪୧୩୭୦୪ରେ ପଠାଇବାକୁ ସ୍ମୃତି କମିଟିର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର ଏହି ସ୍ମରଣିକାର ସମ୍ପାଦନା ଦାୟିତ୍ୱରେ ଅଛନ୍ତି ।

Leave a Reply

Your email address will not be published. Required fields are marked *