ଶୋକାକୁଳ ପରିବେଶ ମଧ୍ୟରେ ଗାର୍ଡ ଅଫ୍ ଅନର ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ ହେଲା ହୋମ୍ ଗାର୍ଡ ଡ୍ରାଇଭର ଙ୍କ ମରଶରୀର

କଟକ ସଦର,୨୨/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ମଙ୍ଗଳବାର ଭୋର ସମୟରେ କମିଶନରେଟ ସିଆରଆରଆଇ ଥାନା ପିସିଆର ଭ୍ୟାନ ରେ ହୋମ ଗାର୍ଡ ଡ୍ରାଇଭର ଜଗବନ୍ଧୁ ମହାଳି ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବାଲି ବୋଝେଇ ହାଇୱ। ଟ୍ରକ୍ ପିସିଆର ଭ୍ୟାନ କୁ ଚାପିଦେଇଥିଲା।

ଏଥିରେ ଘଟଣା ସ୍ଥଳରେ ଜଗବନ୍ଧୁ ଓ‌ ଅନ୍ୟଜଣେ ପୋଲିସ କର୍ମଚାରୀଙ୍କୁ ଶୋଚନୀୟ ମୃତ୍ୟୁ ହୋଇଥିଲା।ଉଭୟ ମୃତକଙ୍କ ପୋଷ୍ଟମର୍ଟମ କରାଯିବା ପରେ ମଙ୍ଗଳାବାଗ ଥାନାରେ ଗାର୍ଡ ଅଫ୍ ଅନର ଦିଆଯାଇ ଜଗବନ୍ଧୁ ଙ୍କ ମର ଶରୀରକୁ କିଶନନଗର ଥାନା ପାଇକସାହି ଗ୍ରାମକୁ ଏଵଂ ଅନ୍ୟ ଲୋକନାଥ ଶବର ଙ୍କ ମର ଶରୀରକୁ ରାୟଗଡ଼ା ଜିଲ୍ଲା କୁ ପଠାଇ ଦିଆଯାଇଛି। ଜଗବନ୍ଧୁ ଙ୍କ ମରଶରୀର ପାଇକସାହି ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଶ୍ମଶାନରେ ମର୍ଯ୍ୟାଦାର ସହିତ ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଶେଷକୃତ୍ୟ ସଂପନ୍ନ ହୋଇଥିବା ଜଣାପଡିଛି। ଖଵର ପାଇ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୃତ ଜଗବନ୍ଧୁଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ମୃତକଙ୍କର ଗୋଟିଏ ଶିଶୁ ମନ୍ଦିର ଓ‌ ଆଉ ଜଣେ ଅଙ୍ଗନବାଡି ରେ ପଢ଼ୁଥିବା ଛୋଟ ଛୋଟ ପୁଅ ଝିଅ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *