କଟକ ସଦର, ୨୧/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନାନପୁର ଵୋଧପୁର ଠାରେ ଅବସ୍ଥିତ ଅଗ୍ରଣୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ତଥା ସ୍ଥାୟୀ ସଭାପତି ମନୋରଞ୍ଜନ ରାଜ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜଗତସିଂହପୁର ବାଲିକୁଦା ର ଉଦ୍ୟାନ କୃଷି ଅଧିକାରୀ ଦୀପକ୍ ରଂଜନ ପାଇକରାୟ, ଶିକ୍ଷାବିତ ଅବଦୁଲ ଵୁରାହାନ,ପାଇକାଣ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ଦାସ,ପୁରଣ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସସ୍ମିତା ସାହୁ, କଣ୍ଠଶିଳ୍ପୀ କଵିନାଥ ସାହୁ, ଶିକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ମିତାଞ୍ଜଳି ନାୟକ ପ୍ରମୁଖ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।
