କଟକ ସଦର,୨୧/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ ଵସ୍ତପଡା ଗ୍ରାମରେ ଅଧିଷ୍ଠାତ୍ରୀ ମା’ ବାଟୋଇ ଠାକୁରାଣୀଙ୍କର ୭ ମ ବାର୍ଷିକ ଯଜ୍ଞୋତ୍ସଵ ମହାସମାରୋହରେ ଏଵଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି।
ଯାଜ୍ଞିକ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା କର୍ତ୍ତୀ ଭାବେ ଶାରଦା ପଣ୍ଡା ଓ ଆରତି ପଣ୍ଡା ଯଜ୍ଞ ମଣ୍ଡପରେ କାର୍ଯ୍ୟ ସମ୍ପାଦନ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀଙ୍କ ସମେତ ଅମୂଲ୍ୟ ପଣ୍ଡା, ଶ୍ରୀକାନ୍ତ ପଣ୍ଡା,ଅଜୟ ପଣ୍ଡା, ଦିନବନ୍ଧୁ ପଣ୍ଡା, ଅର୍ଦ୍ଧେନ୍ଦୁ ପଣ୍ଡା, କୃଷ୍ଣ ଚନ୍ଦ୍ର ମହାନ୍ତି,ଆଲୋକ ବେହେରା, ଗଣପତି ବାରିକ୍ ପ୍ରମୁଖ ସହାୟତା କରିଥିଲେ। ପୂର୍ଣ୍ଣାହୁତି ଦିବସରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯଜ୍ଞ ସ୍ଥଳୀରେ ପହଞ୍ଚି ମା’ ଓ ଯଜ୍ଞ କୁଣ୍ଡରେ ଅଗ୍ନି ଦେବତା ଙ୍କୁ ଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିଥିଲେ।
