କେନ୍ଦ୍ରାପଡା, ୧୬/୦୨/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ମାଟ୍ରିକ ପରୀକ୍ଷା ଦୃଷ୍ଟିରୁ ଜିଲାର କୌଣସି ବିଦ୍ୟାଳୟର ଶ୍ରେଣୀଗୃହ, ବିଦ୍ୟାଳୟ ପରିସର କିମ୍ବା ଖେଳପଡିଆକୁ କେହି କ୍ରୀଡା ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରିପାରିବେନି ବୋଲି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏକ ନିର୍ଦେଶନାମା ଜାରି କରିଛନ୍ତି ।
ଏହି ନିର୍ଦେଶନାମାରେ କୁହାଯାଇଛି ଯେ ଚଳିତ ଫେବୃୟାରୀ ମାସ ୧୮ତାରିଖରୁ ଆସନ୍ତା ମାର୍ଚ୍ଚମାସ ୨୭ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟର ମାଟ୍ରିକ ଏବଂ ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ସେହି ସମୟ ମଧ୍ୟରେ ଜିଲାର ପ୍ରତ୍ୟେକ ବିଦ୍ୟାଳୟର ଶ୍ରେଣୀଗୃହ, ପରିସର ଏବଂ ଖେଳପଡିଆକୁ କ୍ରୀଡା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ କେହି ବ୍ୟବହାର କରିପାରିବେ ନାହିଁ ।
ଯଦି କେହି ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳଙ୍କ ଏହି ନିର୍ଦେଶନାମା (ଅର୍ଡର ନମ୍ବର-୧୫୦୮ ତା ୧୫. ୦୨. ୨୦୨୫ରିଖ)ରେ ଉଲ୍ଲେଖ ରହିଛି । ଜିଲାପାଳଙ୍କ ଏପରି ନିର୍ଦେଶକୁ ଜିଲାବାସୀ ସ୍ୱାଗତ କରିଛନ୍ତି ।
