ବେଦପ୍ରକାଶ ଅଗ୍ରୱାଲାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକରେ ଶ୍ରୀ ବଳଦେବଜୀଉ ମନ୍ଦିରରେ ସମୂହ ଦୀପ ଦାନ

କେନ୍ଦ୍ରାପଡା ୨୦/୦୪/୨୦୨୫ (ଓଡିଶା ସମାଚାର )-ଆଜି ପୂର୍ବତନ ମନ୍ତ୍ରୀ, କେନ୍ଦ୍ରାପଡା ଓ଼ ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ଜନପ୍ରିୟ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲା ଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ । ପ୍ରାୟ ସମସ୍ତ ଜନ ସାଧାରଣ ଏହି ବିକାଶ ପୁରୁଷଙ୍କୁ ଶ୍ରଦ୍ଧାରେ ବେଦୁଭାଇ ବୋଲି ଡାକିଥାନ୍ତି । ଏହି ଉପଲକ୍ଷେ ରାଜ୍ୟ ବେଦ ପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ତରଫରୁ କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉ ମନ୍ଦିର ରେ ଆଜି ସନ୍ଧ୍ୟାରେ ସମୂହ ଦୀପଦାନ କରାଯାଇ ସେହି ମହାନ ଜନ ନାୟକଙ୍କ ସ୍ମୃତିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ମୃତି ପରିଷଦର ଅବାହିକା ଆଡ଼ଭୋକେଟ ମଧୁମତି ଅଗ୍ରୱାଲା ଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଓ଼ ପାଟକୁରା ନିର୍ବାଚନ ମଣ୍ଡଳୀ ଅଂଚଳରୁ ଅନେକ ନେତୃ ସ୍ଥାନୀୟ ବେଦୁ ବାବୁଙ୍କୁ ଭଲ ପାଉଥିବା ବ୍ୟକ୍ତି ଯୋଗ ଦେଇ ଶ୍ରୀ ବଳଦେବଜୀଉଙ୍କୁ ଦୀପ ଦାନ କରିଥିଲେ ଓ଼ ବେଦୁବାବୁଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


ବେଦୁବାବୁଙ୍କ ଆରାଧ୍ୟ ଦେବତା ହେଉଛନ୍ତି କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉ । ରାଜନୈତିକ ଜୀବନରେ ସେ ପ୍ରତ୍ୟେକ ଦିନ ଅନେକ ଥର ଆରାଧ୍ୟଙ୍କ ନାମ ଉଚ୍ଚାରଣ କରିଥାନ୍ତି । ଦୀପଦାନ କରିଥିବା ନେତୃମଣ୍ଡଳୀ ହେଲେ ଆଡ଼ଭୋକେଟ ମଧୁମତି ଅଗ୍ରୱାଲା, କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାଶ, ଜିଲ୍ଲାପରିଷଦ ସଦସ୍ୟ ରଶ୍ମିରଂଜନ ରାଉତ, ଆଡ଼ଭୋକେଟ ଶାନ୍ତିଭୂଷଣ ଭୂୟାଁ, ଭବାନୀ ଶଙ୍କର ଓଝା,ସମାଜସେବୀ ଲୋହିତ ମହାନ୍ତି, ପ୍ରଶାନ୍ତ ସିଂ, ଉମେଶ ଚନ୍ଦ୍ର ନାୟକ, ସମାଜସେବୀ ପ୍ରଦୀପ କୁମାର ନାୟକ, ସମବାୟ ବିତ୍ତ ନାରାୟଣ ସ୍ୱାଇଁ,

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ର ପଣ୍ଡା, ସମିତି ସଭ୍ୟ ତ୍ରିଲୋଚନ ଦାଶ, ସରପଞ୍ଚ ସନ୍ତୋଷ ମହାଳି, ସ୍ମୃତି ପରିଷଦ ସାଙ୍ଗଠନିକ ସମ୍ପାଦକ ସାରଦା ସାମନ୍ତରାୟ, ସମବାୟବିତ ରଂଜିତ ପଣ୍ଡା, ସମାଜସେବୀ ନରୋତମ ପରିଡା, ପୂର୍ବତନ ସରପଞ୍ଚ ଭାରତ ଚନ୍ଦ୍ର ଦାଶ, ମହନୀ ଚରଣ ଆଚାର୍ୟ୍ୟ ଓ଼ ଯୁବନେତା ସରୋଜ କାନ୍ତ ନାୟକ,ପୂର୍ବତନ ଗରଦପୁର ବ୍ଳକ ମହିଳା ସଭାନେତ୍ରୀ ସୁଜାତା ମିଶ୍ର ଓ଼ ଶତାଧିକ ବେଦୁଭାଇଙ୍କୁ ଭଲ ପାଉଥିବା ତାଙ୍କ ଶୁଭେଛୁ ମାନେ ସନ୍ଧ୍ୟାରେ ଶ୍ରୀ ବଳଦେବ ଜୀଉଙ୍କ ଅରୁଣ ସ୍ତମ୍ଭ ନିକଟରେ ଠିଆ ହୋଇ ଦୀପ ଦାନ କରିଥିଲେ ଓ଼ ବେଦୁବାବୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *