ଯାଜପୁର,୦୩/୧୨/୨୦୨୪ (ଓଡ଼ିଶା ସମାଚାର)- ଜିଲ୍ଲା ପରିବେଶ ସମିତି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଆଞ୍ଚଳିକ ଶାଖା, କଳିଙ୍ଗନଗର ଆନୁକୂଲ୍ୟରେ, ନରସିଂହ ଚୌଧୁରୀ ସରଳାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମିଧର ଦେହୁରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରଦୂଷଣ ପ୍ରତିରୋଧ ଦିବସ ମୁଖ୍ୟ ଅତିଥି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ୱାରା ଦ୍ୱାରା କିପରି ଆଗାମୀ ପିଢ଼ିପାଇଁ ପରିବେଶ ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ବର୍ଣ୍ଣନା କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଆଞ୍ଚଳିକ ଶାଖାର ଉପ ପରିବେଶ ଯନ୍ତ୍ରୀ ହିମାଂଶୁ ଶେଖର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ପ୍ରଦୂଷଣ ନିୟନ୍ତ୍ରଣ ଦ୍ୱାରା କିପରି ପରିବେଶ ସୁରକ୍ଷା କରାଯାଇପାରେ ତାହା ବର୍ଣ୍ଣନା କରିଥିଲେ । ସମିତିର ସମ୍ପାଦକ ଡଃ ଶରତ କୁମାର ସାହୁ ଜାତୀୟ ପ୍ରଦୂଷଣ ପ୍ରତିରୋଧ ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବର୍ଣ୍ଣନା କରିଥିଲେ । ଜାତୀୟ ସବୁଜ ବାହିନୀର ମୁଖ୍ୟ ପ୍ରଶିକ୍ଷକ, ମହେଶ୍ୱର ଜେନା ସାମନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ ପ୍ରଶିକ୍ଷକ ତଥା ସାମ୍ନାନୀତ ଅତିଥି ବିଷ୍ଣୁ ଚରଣ ସାହୁ କିପରି ବର୍ଯ୍ୟ ବସ୍ତୁ ପରିଚାଳନା ଦ୍ୱାରା ପରିବେଶ ସୁରକ୍ଷା ହୋଇପାରିବ ତାହା ବର୍ଣ୍ଣନା କରିଥିଲେ। ଉକ୍ତ ସରକାରୀ ବିଦ୍ୟାଳୟ ଛାତ୍ରୀମାନେ ଉଦ୍ଘାଟନୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପରିବେଶ ସମିତି ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର, ପରିବେଶ ପତ୍ରିକା ଓ ପ୍ରମାଣ ପତ୍ର ଅର୍ପଣ କରାଯାଇଥିଲା । ପ୍ରାତଃ ସମୟରେ ଇକୋ କ୍ଲଵ ଛାତ୍ର ଛାତ୍ରୀ ପ୍ଲାକାର୍ଡ ଓ ବ୍ୟାନର ଧରି ବ୍ୟାସନଗର ମୁନିସିପାଲିଟିରେ ପାଦଯାତ୍ରା କରି ପରିବେଶ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହିତ କୃତି ପ୍ରତିଯୋଗୀମlନଙ୍କୁ ପ୍ରକୃତି ବନ୍ଧୁ ପ୍ରୀତିନନ୍ଦା ନାୟକ ଦ୍ୱାରା ଗୋଟିଏ ଗୋଟିଏ ଔଷଧିୟ ଚାରା ବଣ୍ଟନ କରାଯାଇଥିଲା । ପରିବେଶ ସମ୍ବନ୍ଧୀୟ ଲିଫଲେଟ ବଣ୍ଟନ କରାଯାଇଥିଲା । ଉପ ପରିବେଶ ଯନ୍ତ୍ରୀ ହିମାଂଶୁ ଶେଖର ସାହୁ ଛାତ୍ର ଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପରିବେଶ ଶପଥ ପାଠ କରାଇଥିଲେ । ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟର ଇକୋ କ୍ଲଵ ତତ୍ୱାବଧାରକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କୋରେଇ ବ୍ଲକର ବିଭିନ୍ନ ବ୍ଲକରୁ ଇକୋ କ୍ଲଵ ଛାତ୍ର ଛାତ୍ରୀ ଯୋଗ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ବିଦ୍ୟାଳୟର ଇକୋ କ୍ଲଵ ଶିକ୍ଷୟତ୍ରୀ ରଶ୍ମିତା ମହାନ୍ତି ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ ଉତ୍ସବ ପାଳନରେ ସହଯୋଗ କରିଥିଲେ ।