ନେପାଳରେ ଓଡ଼ିଶୀ ନୃତ୍ୟ ପରିବେଷଣ କଲେ ସୂର୍ଯ୍ୟ ଗୁରୁକୁଳ ଛାତ୍ରଛାତ୍ରୀ

ଫୁଲନଖରା ୨୧/୦୪/୨୦୨୫ (ଓଡ଼ିଶା ସମାଚାର)- କଟକ ସଦର ଥାନା ଅନ୍ତର୍ଗତ ସୂର୍ଯ୍ୟ ଗୁରୁକୁଳ, ଗୁଆଳିର ଛାତ୍ରଛାତ୍ରୀମାନେ ୧୫ଦିନିଆ ନେପାଳ ଗ୍ରସ୍ତକରି  ସ୍ବଦେଶ ଫେରିଛନ୍ତି । ନେପାଳର ପୋଖରା ଠାରେ ମାନବସେବା ଫାଉଣ୍ଡେସନର ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଐତିହାସିକ ଶ୍ରୀଗଣ୍ଡକି ସତ କୁଣ୍ଡିୟ ଗାୟତ୍ରୀ କୋଟିହୋମ ବିରାଟ ଜ୍ଞାନ ମହାଯଜ୍ଞ ରେ ଓଡ଼ିଶାର ନିଜସ୍ଵ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ଓଡ଼ିଶାର କଳାସଂସ୍କୃତିର ମହାନତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ  ହୋଇ ମାନପତ୍ର ଓ ଟ୍ରଫି ହାସଲ କରିଛନ୍ତି ।

ମାନବ ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀ ବାଲ ଯୋଗେଶ୍ବର ବିଜୟ କ୍ରୀଷ୍ଣା ମୂର୍ତ୍ତିଙ୍କ ପରିଚାଳନାରେ ପୋଖରା ର ବିଭିନ୍ନ ସ୍ଥାନରେ ଆମ ଓଡ଼ିଶାର କଳା ସଂସ୍କୃତିକୁ ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ଜିଣିବାକୁ ସମର୍ଥ ହୋଇଥିଲେ । ଗୁରୁକୁଳର ନିର୍ଦ୍ଦେଶକ ସୈାଭାଗ୍ୟ ନାରାୟଣ ଛୋଟରାୟ, ନୃତ୍ୟ ଗୁରୁ ସଙ୍ଗୀତା ଛୋଟରାୟ, ମ୍ୟାନେଜର ମନୋରଞ୍ଜନ ଖୁଣ୍ଟିଆ ଙ୍କ ନେତୃତ୍ବରେ ଗୁରୁକୁଳର କଳାକାରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗ୍ରାମାଞ୍ଚଳରୁ ନେପାଳ ଗ୍ରସ୍ତକରି ମାନବ ସେବା ଫାଉଣ୍ଡେସନ ର ନିୟମିତ ସଦସ୍ୟତା ଲାଭ କରିଛନ୍ତି ।

ଆମ ସଂସ୍କୃତିକୁ ଦେଶ ବିଦେଶରେ ପ୍ରସାର ପାଇଁ ସଂକଳ୍ପ ବଦ୍ଧ ଏହି ଗୁରୁକୁଳର ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ପରେ ପ୍ରଶଂସାର ସୁଅ ଛୁଟିଛି । ଏହି ସୂର୍ଯ୍ୟ ଗୁରୁକୁଳକୁ ଆସନ୍ତା ମଇ ମାସରେ ଦୁବାଇ ଯିବା ପାଇଁ ମଧ୍ୟ ସ୍ଵୀକୃତି ମିଳିଛି  । ସୋନମ୍ ସାହୁ, ତେଜସ୍ଵୀନୀ ସାହୁ, ଆଦ୍ୟାସା ତ୍ରୀପାଠୀ, ସତ୍ୟପ୍ରକାଶ ମହାପାତ୍ର, ସୁମିତ୍ରା ବେହେରା, ଶ୍ରେୟା ଛୋଟରାୟ, ଇପ୍ସିତା ଖୁଣ୍ଟିଆ ପ୍ରମୁଖ କଳାକାର ମାନେ ନେପାଳ ଗସ୍ତ କରି  ସ୍ବଦେଶ ଫେରିଥିବା ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ଛୋଟରାୟ ଓ ଚେୟାରମେନ ହୃଷୀକେଶ ଛୋଟରାୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *