ସାଲେପୁର,୧୫/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ଅପେରା ଆରମ୍ଭ ପୂର୍ବରୁ ଘଟିଲା ଅଘଟଣ । ଅପେରା ପାର୍ଟିର ସମ୍ମୁଖ ରେ ଥିବା ଉଚ୍ଚ ଲୁହା ର ଏଣ୍ଟ୍ରି ଗେଟ୍ ଭୁଷୁଡି ଚାପି ହୋଇଗଲେ ଶତାଧିକ ଦର୍ଶକ । ମହିଳା , ପୁରୁଷ , ବୟସ୍କ ଏମିତିକି ଛୋଟ ଛୋଟ ପିଲା ମାନେ ମଧ୍ୟ ଚାପି ହୋଇଯାଇଥିଲେ ଗେଟ୍ ତଳେ । ଏଭଳି ବଡ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଠାରେ । ଆହତ ଓ ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସାଲେପୁର ସମେତ ବିଭିନ୍ନ ମେଡିକାଲ ରେ ଭର୍ତ୍ତି କରିଥିଲେ । ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ୨୦ରୁ ଉର୍ଦ୍ଧ ଆହତ ଦର୍ଶକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଥିରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ମାନଙ୍କ ଅବସ୍ଥା ସ୍ଥିର ଥିବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ତେବେ ଘଟଣା ମୁତାବକ ରାଇସୁଙ୍ଗୁଡ଼ା ଶନି ପଡିଆ ଠାରେ ଶୁକ୍ରବାର ଠାରୁ ଯାତ୍ରା ରାଜାରାଣୀ ଯାତ୍ରା ମଞ୍ଚସ୍ଥ କରୁଥିଲା । ଶନିବାର ଅର୍ଥାତ୍ ଦ୍ଵିତୀୟ ରଜନୀ ରେ ନାଟକ ମଞ୍ଚସ୍ଥ ପୂର୍ବରୁ ଘଟିଥିଲା ଏଭଳି ଅଘଟଣ। ଦର୍ଶକ ଙ୍କ ଭିଡ ବି ପ୍ରବଳ ଥିଲା । ଦର୍ଶକ ମାନେ ଟିକେଟ ଯାଞ୍ଚ କରି ଯାତ୍ରା ସମ୍ମୁଖର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍ ଦେଇ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଲୁହା ତୋରଣ ଟି ହଠାତ୍ ଭୁଷୁଡି ପଡ଼ିଥିଲା । ଅଧିକ ଦର୍ଶକ ଏକସଙ୍ଗେ ପ୍ରବେଶ କରିବା ଦ୍ୱାରା ଏଭଳି ଗେଟ୍ ଟି ଭୁଷୁଡି ପଡ଼ିଥିବା କୁହାଯାଉଛି ।ଏହା ପରେ ଯାତ୍ରା ପରିବେଷଣ କୁ ବନ୍ଦ କରାଯାଇଥିଲା ଥିଲା ।