ଭିଜିଲାନ୍ସ ଜାଲରେ ସାଲେପୁର ବ୍ଲକ ସହକାରୀ ଯନ୍ତ୍ରୀ

ସାଲେପୁର, ୧୫/୧୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-  କଟକ ଜିଲା ଅନ୍ତର୍ଗତ ସାଲେପୁର ବ୍ଲକ ର ସହକାରୀ ଯନ୍ତ୍ରୀ ଜଣେ ଠିକାଦାରଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପ୍ରକାଶ ଯେ ସହକାରୀ ଯନ୍ତ୍ରୀ ବିଭୁତି ଭୂଷଣ ନାୟକ ତରିତୋ ପଂଚାୟତର ୩ ଟି କଂକ୍ରିଟ୍  ରୋଡ଼ ଠିକା କାର୍ୟ୍ୟ ର ବିଲ ପାସ ପାଇଁ ସମ୍ପୃକ୍ତ ଠିକାଦାରଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗର ୭ ଜଣିିଆ ଟିମ ହାତରେ ଧରାପଡ଼ିଥିଲେ । କଟକ ଭିଜିଲାନ୍ସ ଥାନା କେସ ନଂ ୩୮/୨୦୨୩ ଅନୁଯାୟୀ ମୋକଦମା ରୁଜୁହୋଇ ଥିବା ଜଣାପଡିଛି । ତାଙ୍କୁ ଗିରଫ କରାଯିବା ପରେ  କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *