ଭୁବନ ୨୮/୦୨/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବନାଞ୍ଚଳ ଅନ୍ତର୍ଗତ ଯମୁନାକୋଟ ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ବାରହା ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଗତକାଲି ଶୁକ୍ରବାର ରାତି କୃଷ୍ଣପୁର ଗ୍ରାମରେ ଅଷ୍ଟପ୍ରହର ଓ ନମାଯଜ୍ଞ ହେଉଥିଲା । ଆଜି ଭୋର ସମୟରେ ଦିବାକର ପାଣି (୫୫),ବଳରାମ ରାଉତ (୩୮) ଅଷ୍ଟ ପ୍ରହରୀ ସାରି ନିକଟସ୍ଥ ଗାଡିଆରୁ ଶୌଚ ହୋଇ ଫେରୁଥିବା ବେଳେ ଏକ ଜଙ୍ଗଲି ବାରହା ତାଙ୍କୁ ଆକ୍ରମଣ କରିଥିଲା ।
ଆହତ ଦ୍ବୟ ଙ୍କୁ ସଙ୍ଗେ ସଙ୍ଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଡାକ୍ତରଖାନା ଯାଇ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ, ବନପାଳ କଳ୍ପନା ବେହେରା,ଫରେଷ୍ଟ ଗାର୍ଡ ତୁଳସୀ ସାହୁ ପ୍ରମୁଖ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗୁରୁତର ଆହତ ବଳରାମ ରାଉତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ ।
