ବିଜୁ ବାବୁଙ୍କ ପ୍ରତିମୁର୍ତ୍ତି ଜାଳିବା ଘଟଣା : ଢେଙ୍କାନାଳ ବିଧାନସଭା  ନିର୍ବାଚନ ମଣ୍ଡଳୀ ବିଜେଡିର ତୀବ୍ର ପ୍ରତିବାଦ

ଢେଙ୍କାନାଳ,୧୭/୦୪/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୁର୍ବତନ ବିଧାୟକ ସୁଧିର କୁମାର ସାମଲଙ୍କ ନିଦେ୍ର୍ଦଶରେ ଏବଂ ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ବଲାଙ୍ଗୀର ଜିଲା ପାଟଣାଗଡ ସ୍ଥିତ ପର୍ଶୁରାମ ଛକ ନିକଟରେ ପ୍ରବାଦ ପୁରୁଷ, ମହାନ ଜନ ନାୟକ, ପୁର୍ବତନ ମୁଖ୍ୟମନ୍ତ୍ରୀ  ବିଜୁ ବାବୁଙ୍କ ଜରି ଗୁଡା ହୋଇ ରଖାଯାଇଥିବା ପ୍ରତିମୁର୍ତ୍ତିକୁ ଅଜଣା ଯୁବକଙ୍କ ଦ୍ୱାରା ପୋଡା ଜିବା ଘଟଣାକୁ ନେଇ ଏକ ପ୍ରତିବାଦ ସଭା ଢେଙ୍କାନାଳ ସହରସ୍ଥିତ ରଥଗଡା ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୁର୍ତ୍ତି  ନିକଟରେ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟରେ ବିଜୁ ବାବୁଙ୍କ ପ୍ରତି ଏଭଳି ଅସନମ୍ମାନ ଚାଲୁ ରହିଛି । ବିଜୁ ବାବୁଙ୍କ ଜନ୍ମଦିନ ପୁର୍ବରୁ ମାହାଙ୍ଗାଠାରେ ତାଙ୍କ ପ୍ରତିମୁର୍ତ୍ତିର ମୁଣ୍ଡକୁ କାଟିଦେବା, କଟକ ଠାରେ ପ୍ରତିମୁର୍ତ୍ତିର ରଙ୍ଗକୁ ବଦଳାଇଦେବା, ବିଜୁବାବୁଙ୍କ ନାମରେ ଓଡିଶା ବାସୀଙ୍କ  ସ୍ୱାର୍ଥପାଇଁ ଚାଲିଥିବା ସମସ୍ତ ଯୋଜନାକୁ ବନ୍ଦ କରିଦେବା ଓ ବିଜୁ ବାବୁଙ୍କ ଜନ୍ମ ଦିବସରେ ଜରାଯାଉଥିବା ପଞ୍ଚାୟତ ରାଜ ଦିବସକୁ ବନ୍ଦ କରିଦେଇ ରାଜ୍ୟ ବିଜେପି ସରକାର ହିନମାନ୍ୟତାର ପରିଚୟ ଦେଇଛନ୍ତି । ସରା ଓଡିଶା ଏବଂ ଭାରତ ବାସୀଙ୍କ ହୃଦୟରେ ଥିବା ମହାନ ଜନ ନାୟକ ବିଜୁ ବାବୁଙ୍କ ପ୍ରତି ଏଭଳି ଅପମାନ ଓଡିଶା ବାସୀଙ୍କୁ ଅତ୍ୟନ୍ତ ଦଃଖ ଦେଇଛି । ଦଳମତ ନିର୍ବିଶେଷରେ  ମହାପୁରୁଷମାନଙ୍କ ପ୍ରତି ଏଭଳି ଅପମାନକୁ ଦୃଢ ଭାବରେ ସମସ୍ତ  ନେତୃମଣ୍ଡଳୀ ନିନ୍ଦା କରିଛନ୍ତି ।

ଦୋଷି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କୁ ଦୃଢ ଦାବି କରାଯାଇଛି ନଚେତ  ଅଗାମୀ ଦିନରେ ଓଡିଶା ବାସୀ ଏହାର ଉଚିତ ଯବାବ ଦେବେ । ଏହି ପ୍ରତିବାଦ ସଭାରେ ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚାନ ପୁହାଣ, ଜିଲା ବିଜେଡି ଉପ ସଭାପତି ସୁକାନ୍ରତ କୁମାର ମିଶ୍ର , ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, କାଉନସିଲର ମହମ୍ମଦ ସାଗିର , ଶୁଭଲକ୍ଷ୍ମୀ ସାହୁ, ସନ୍ଦିପ ଷଡଙ୍ଗୀ, ମହିଳା ଉପସଭାନେତ୍ରୀ ଉର୍ବଷୀ ମହାପାତ୍ର, ଛାତ୍ର ବିଜେଡି ଉପସଭାପତି ଆଶୁତୋଷ କର, ଛାତ୍ର ନେତା ଅଭିଜିତ ମହାପାତ୍ର, ଶକ୍ତି ପଟ୍ଟନାୟକ, ମହମ୍ମଦ ମିଶାଲ , ଓମପ୍ରକାଶ ନାୟକ, ସାଜା ଖାଁ, ଜ୍ୟୋସ୍ନାରାଣୀ ମଣ୍ଡଳଙ୍କ ସମେତ ଶତାଧିକ ବିଜୁ ଜନତାଦଳ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲା ବିଜେଡି ସମ୍ପାଦକ ଗଙ୍ଗାଧର ରାଉତ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *