କନ୍ଦରପୁର ଠାରେ କଟକ ସଦର ମହିଳା ବିଜେପି ପକ୍ଷରୁ ଜନ-ଆକ୍ରୋଶ ମହିଳା ସମାବେଶ 

କଟକ ସଦର,୦୧/୦୫/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ପାର୍ଲିଆମେଣ୍ଟରେ ମହିଳା ନାରୀ ବନ୍ଦନ ଅଧିନିୟମ ବିଲ୍ କାଟ ଖାଇବା ବିରୁଦ୍ଧରେ କଟକ ସଦର ମହିଳା ବିଜେପି ପକ୍ଷରୁ ଆଜି ଶୁକ୍ରବାର ସଂଧ୍ୟାରେ କନ୍ଦରପୁର ମଣ୍ଡଳ ର କେଶପୁର ପଡିଆଠାରେ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ସ୍ୱାଇଁ ଙ୍କ ପୈ।ରୋହିତ୍ୟରେ ଜନ-ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ‘ଦେଶ ପ୍ରଗତି ପାଇଁ ସଶକ୍ତ ନାରୀ, ବିଜେଡ଼ି-କଂଗ୍ରେସ ମାରିଲେ ଛୁରୀ’ ଉପରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, ସରପଂଚ ସୁଭାଷିନୀ ରାଉତ,ଅମିତା କର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

ପରିଚାଳନାରେ କନ୍ଦରପୁର ମଣ୍ଡଳ ସଭାପତି ନିରଂଜନ ରାଉଳଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ସହାୟତା କରିଥିଲେ। ଏହି ଅବସରରେ ମହିଳାମାନେ ବିଧାୟକ ପ୍ରକାଶ ସେଠୀ ଙ୍କ ସହିତ ଏକ ଶୋଭାଯାତ୍ରାରେ କନ୍ଦରପୁର ଵଜାର ପରିକ୍ରମା କରି ସମାବେଶ ସ୍ଥଳରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *