କଳାହାଣ୍ଡି, ୦୨/୦୩/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଭୈରବ ନଗର ପୂଜା ମଣ୍ଡପ ଠାରେ ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଜୁନାଗଡ ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭା ରେ ସଂସ୍ଥା ର ସଭାପତି ଶ୍ରୀ ମଧୁସୂଦନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ର ନଗରପାଳ ଶ୍ରୀଯୁକ୍ତ ମୁକେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ହିମାଦ୍ରୀ ନାଏକ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ସିଂହଦେଓ ଯୋଗଦାନ କରି ସଫେଇ କର୍ମଚାରୀ ମାନେ ହେଉଛନ୍ତି ସମାଜ ର ପ୍ରକୃତ ଯୋଦ୍ଧା କୋଭିଡ ସମୟରେ ସେମାନଙ୍କ କାର୍ଯ୍ୟ ବେଶ ଉଲ୍ଲେଖନିୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସଂସ୍ଥା ର ସମ୍ପାଦକ ଶ୍ରୀ ଅଜୟ କୁମାର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥା ର ବରିଷ୍ଠ ସଦସ୍ୟ ଉଦ୍ଧବ ସାହୁ,ଦାମୋଦର ବେହେରା,ଅଶୋକ ସାହୁ, ଜୟନ୍ତ ଜେନା, ନିରଞ୍ଜନ ସାହାଣୀ,ରଶ୍ମି ରଞ୍ଜନ ନାୟକ କାଉନସିଲର ହିମାଦ୍ରୀ ସିନ୍ଦୁର ପ୍ରମୁଖ ଉଦବୋଧନ ଦେବା ସହ ସଫେଇ କର୍ମଚାରୀ ମାନଙ୍କ ସମାଜ ପ୍ରତି କିଭଳି ଅବଦାନ ରହିଛି ସେ ସମ୍ପର୍କ ରେ ଆଲୋକପାତ କରିଥିଲେ । ସଭା ପରିଚାଳନା କରିଥିଲେ ନବଘନ ସାହୁ ଶେଷରେ ସଭା ର ସଭାପତି ଶ୍ରୀ ପଣ୍ଡା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।