ପରମହଂସ ସରପଂଚ ଙ୍କ ନାଁ ରେ‌ ଆସିଲା ଅନାସ୍ଥା ପ୍ରସ୍ତାବ

କଟକ ସଦର, ୧୬/୦୪/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଂଚ ତ୍ରିଲୋଚନ ପାତ୍ର  (ଅଶୋକ) ଆସ୍ଥା ହରାଇ ଥିବା ଅଭିଯୋଗ କରି ୧୬ ଜଣ ୱ।ର୍ଡ ସଭ୍ୟ/ ସଭ୍ୟା ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି।

ସମସ୍ତ ସଭ୍ୟ/ସଭ୍ୟା ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର କଟକ ସଦର ଉପଜିଲ୍ଲାପାଳ ଙ୍କ ନିକଟରେ ଦାଖଲ କରିଛନ୍ତି। ନିୟମ ଅନୁଯାୟୀ ସଦର ଵିଡିଓ ଙ୍କ ଦ୍ବାରା ଦସ୍ତଖତ ଗୁଡ଼ିକ ଯାଞ୍ଚ ହେବା ପରେ ଅନାସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *