ପାରଳାରେ ଶ୍ୟାମାକାଳୀଙ୍କ ୪୮ ତମ ପୂଜା ଆରମ୍ଭ 

ପାରଳାଖେମୁଣ୍ଡି,୨୨/୧୦/୨୦୨୫ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ନେହେରୁ ଛକରେ ଦୀପାବଳି ଦିନ ସୋମବାର ରାତିରୁ ମା’ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି। ଗଜପତି ଜିଲ୍ଲାରେ ଏକମାତ୍ର କାଳୀ ପୂଜା ଭାବେ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ଆୟୋଜିତ ଚଳିତ ବର୍ଷର କାଳୀପୂଜା ୪୮ତମ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷର ପୂଜାକୁ ଅତ୍ୟନ୍ତ ଆକାଷଣୀୟ ଭାବେ ସାଜ ସଜ୍ଜା କରାଯିବା ସହ ରଙ୍ଗାରଙ୍ଗ ଆଲୋକର ବ୍ୟବସ୍ଥା କରାଯାଇଛି ।

ସୁନ୍ଦର ତୋରଣ ସହ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୧ ଦିନ ଧରି ମାଙ୍କ ପୂଜା ଚାଲୁ ରହିବ । ଏହି ପୂଜାରେ ପ୍ରତ୍ୟେକ ଦିନ ନିଶାରାତ୍ର ଅନ୍ନପ୍ରସାଦର ବ୍ୟବସ୍ଥା ପୂଜା କମିଟି ପକ୍ଷରୁ କରାଯାଉଛି। ଏଥିସହ ଭକ୍ତି ସଙ୍ଗୀତ ଓ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିନକୁ ଦୁଇଥର ୧୧ଦିନ ବ୍ୟାପୀ ସ୍ବତନ୍ତ୍ର ହୋମଯଜ୍ଞ ଚାଲୁ ରହିଛି । ଚଳିତ ବର୍ଷର ଆକାଷଣୀୟ ପୂଜାକୁ ଦେଖିବା ପାଇଁ  ଭକ୍ତଙ୍କ ବେଶ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ଭାରତ ଭୂଷଣ ମହାନ୍ତିଙ୍କ ନେତୃତ୍ୱରେ ପ୍ରଶାନ୍ତ ପାତ୍ର, ଅଶୋକ ଗନ୍ତାୟତ, ଫିରାଜ ପଟ୍ଟନାୟକ, ପ୍ରଣଜ ପଟ୍ଟନାୟକ, ବୁନା ପଟ୍ଟନାୟକ ପ୍ରମୁଖଙ୍କ ପରିଚାଳନାରେ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ପୂଜା କାର୍ଯ୍ୟକ୍ରମ ଚାଲୁ ରହିଛି ।

Leave a Reply

Your email address will not be published. Required fields are marked *