ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ଏଇଇ ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ  ଚଢ଼ାଉ

ଢେଙ୍କାନାଳ, ୧୬/୦୪/୨୦୨୫ (ଓଡ଼ିଶା ସମାଚାର)-   ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ  ଚଢ଼ାଉ କରାଯାଇଛି।

ଢେଙ୍କାନାଳର ଗାୟତ୍ରୀ ନଗରର ଗାୟତ୍ରୀ ନଗରର ୱାର୍ଡ ନଂ ୧୫ରେ ଶ୍ରୀ ଶତପଥୀଙ୍କ ଆବାସିକ ଘର, ଅନୁଗୁଳର ଆଠମଲ୍ଲିକ ଟାଉନରେ ତାଙ୍କୁ ଆବଣ୍ଟିତ ସରକାରୀ କ୍ୱାର୍ଟର, ଆଠମଲ୍ଲିକର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅବସ୍ଥିତ କାର୍ଯ୍ୟାଳୟ କୋଠରୀ, ଢେଙ୍କାନାଳର ସଦର ଥାନା ଅଧୀନ ବନସିଂରେ ପୈତୃକ ଘର, କଳାହାଣ୍ଡିର ଜୁନାଗଡରେ ତାଙ୍କ ଶ୍ୱଶୁର ଘରର ଆବାସିକ ଘର, ଢେଙ୍କାନାଳର ଗଣ୍ଡିଆ ଥାନା ଅଧୀନ କରମୁଳା ଗ୍ରାମରେ ଆଉ ଜଣେ ଶ୍ୱଶୁର ଘର, କଳାହାଣ୍ଡିର ଭବାନୀପାଟଣାରେ ଅତିରିକ୍ତ ଶ୍ୱଶୁର ଘର ଏବଂ କଟକର ବାରଙ୍ଗ ଥାନା ଅଧୀନ ତ୍ରିସୁଲିଆର ବାଛିପୁର ସହିତ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ ରେ ଥିବା ଦୁଇ ଝିଅଙ୍କ ଘରେ ବି ଏକକାଳୀନ ଭିଜିଲାନ୍ସ ପକ୍ଷରୁ  ଚଢ଼ାଉ ଜାରି ରହିଥିବା ସୂଚନା ।

କଟକର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢାଉ କରାଯାଉଛି। ଏହି ଅଭିଯାନରେ ୭ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), ପନ୍ଦର ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। ତଦନ୍ତ ଜାରି ରହିଛି, ପରେ ଅପଡେଟ୍ କରାଯିବ।ଅଧିକ ତଦନ୍ତ ପାଇଁ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଲା ଭିଜିଲାନ୍ସ ଟିମ ।

Leave a Reply

Your email address will not be published. Required fields are marked *