ବଡ଼ବିଲରେ ଓଡ଼ିଆ ନୂଆବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି

କୋଡ଼ିଏ ହଜାର ଟଙ୍କାରେ ନିଲାମ ହୋଇଛି ଏକ ଗ୍ଲାସ୍ ପଣା

ବଡ଼ବିଲ,୧୬/୦୪/୨୦୨୫ (ଓଡ଼ିଶା ସମାଚାର)-  କେନ୍ଦୁଝର ବଡ଼ବିଲରେ କୋଡ଼ିଏ ହଜାର ଟଙ୍କାରେ ନିଲାମ ହୋଇଛି ଏକ ଗ୍ଲାସ୍ ପଣା । ବଡ଼ବିଲ ଐକ୍ୟକ୍ଷେତ୍ର, ଶ୍ରୀମଣ୍ଡପ ଠାରେ ଓଡ଼ିଆ ନୂଆବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଉତ୍ସବ ଅବସରରେ ଏହି ପ୍ରଥମ ପଣା ଗ୍ଲାସ୍ କୁ ନିଲାମ ନେଇଛନ୍ତି ଶୁଭ ରଞ୍ଜନ ସାମଲ ନାମକ ଜଣେ ବ୍ୟକ୍ତି ।ସୋମବାର, ଶୈଳଜା ବିଷୁବସଂସ୍କୃତି ଆନୁକୁଲ୍ୟରେ ବଡ଼ବିଲ ଐକ୍ୟକ୍ଷେତ୍ର ଏନେଇ ବିଶେଷ ଆୟୋଜନ କରାଯାଇଥିଲା ।

ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବଡ଼ବିଲ ପୌରନିର୍ବାହୀ ଅଧିକାରୀ ରମେଶ୍ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ବଡ଼ବିଲ ଉପଖଣ୍ଡ ପୋଲିସ୍ ଅଧିକାରୀ ଦେବେନ୍ଦ୍ରନାଥ ପୀଙ୍ଗୁଆ, ଥାନା ଭାରପ୍ରାପ୍ତ ନିରୀକ୍ଷକ ଅଶୋକ୍ କୁମାର ନାୟକ୍, ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପ୍ରବନ୍ଧକ ଅବନୀକାନ୍ତ ପ୍ରଧାନ୍, ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିବାବେଳେ, ବଡ଼ବିଲ ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଅସିତ୍ ପ୍ରଧାନ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ପଣାସଂକ୍ରାନ୍ତି  ପଛରେ ଥିବା ଆଧ୍ୟାତ୍ମିକ, ସାମାଜିକ ତଥା ବୈଜ୍ଞାନିକ କାରଣ ସମ୍ପର୍କରେ ଆମନ୍ତ୍ରିତ ଅତିଥିଗଣ ଆଲୋକପାତ କରିଥିଲେ । ସଭା ଶେଷରେ ପ୍ରାଧ୍ୟାପକ ପ୍ରତାପ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ । ବଡ଼ବିଲ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ  ଦ୍ରୌପଦୀ ଦେଵୀ ସାଂସ୍କୃତିକ ଅନୁଷ୍ଠାନ ର ପିଲାମାନ ଙ୍କ ଦ୍ୱାରା ଓଡିଶୀ ନୃତ୍ୟ କରାଯିଇଥିଲା

 ସମାଜସେବୀ ବିଜୟ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବହୁ ବିଶିଷ୍ଟ ଅତିଥି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ହୋଇଥିଲେ । ଏହି ଅବସରରେ ଵିଛିନ୍ନାଞ୍ଚଳ ଜୟନ୍ତୀଗଡ଼ର ସୁବାସ୍ ଚନ୍ଦ୍ରବେହେରା ଏବଂ ଯୋଡ଼ାର ନନ୍ଦୀ ଗୋ’ ସେବା ସଂଘକୁ ଅନୁଷ୍ଠାନ ପକ୍ଷରୁ ‘ନାଗରିକ ସମ୍ମାନ – ୨୦୨୫’ ରେ ସମ୍ମାନିତ କରାଯାଇଥିଲା । ପରେ ପରେ ପରମ୍ପରା ଅନୁଯାୟୀ, ପ୍ରଥମ ପଣା ଗ୍ଲାସକୁ ନିଲାମ ଡକାଯାଇଥିଲା । ୮ ନଂ ୱାର୍ଡ଼ର ଶୁଭରଞ୍ଜନ ସାମଲ ୨୦ ହଜାର ଟଙ୍କାରେ ପଣା ଗ୍ଲାସକୁ ନିଲାମ ନେଇଥିଲେ ।  ଏଥିସହ ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ପଣା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।

ଶେଷରେ କଣ୍ଠଶିଳ୍ପୀ  ସୁବାସ ଦାଶ ଏବଂ ସାଥୀ ଙ୍କ ଦ୍ଵାରା ସୁମଧୁର ସଙ୍ଗୀତ ପରିବେଷଣ ହୋଇଥିଲା । ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ ।ସେହିପରି ଭାବ ରେ  ବଡ଼ବିଲ ପୌରପାଳିକା ଓ ବଡ଼ବିଲ ଯୁବ ପରିବାର ମିଳିତ ଉଦ୍ୟମରେ ବଡ଼ବିଲ ବିକସ ମହଲ ଠାରେ ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବଡ଼ବିଲର ଅନେକ ମହିଳା ସଂଗଠନ ଦ୍ଵାରା ବିଭିନ୍ନ ପ୍ରକାରର ପିଠା ର ବ୍ୟବସ୍ଥା ଓ ଝୋଟି, ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା। ବଡ଼ବିଲ ଯୁବ ପରିବାର ତରଫରୁ ସ୍ୱାଦିଷ୍ଟ ପଣାର ଆୟୋଜନ ହୋଇଥିଲା। ଉତ୍ସବକୁ ଆସିଥିବା ସମସ୍ତ ବରିଷ୍ଠ ନାଗରିକ ଓ ଯୁବପରିବାର ର ସମସ୍ତ ସଦସ୍ୟଙ୍କୁ ଉତରିୟ ଦେଇ ସମ୍ମାନିତ କରାଯାଇ ସଭାକର୍ଯ୍ୟ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *