କଟକ ସଦର ,୧୦/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା କ୍ରିଡ଼ା ସଂସଦ (ସିଡିଏଏ) ପକ୍ଷରୁ ଆଞ୍ଚଳିକ ସ୍ପୋର୍ଟସ ଆଣ୍ଡ ଗେମ୍ସ (ଆସଗା) ଆନୁକୁଲ୍ୟରେ କିଶନନଗର ପ୍ଲେ ଗ୍ରାଉଣ୍ଡରେ ଗତ ମାସ ୨୨ ତାରିଖରୁ ୧୮ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଵଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ରବିବାର ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କଟକର ଦୁଇ ଭେଟେରାନ ଟିମ୍ ୟଙ୍ଗ ଉତ୍କଳ ଟିମ୍ ୨/୦ ଗୋଲରେ ରାଧାରମଣ ଟିମ୍ କୁ ହରାଇ ଚମ୍ପିୟାନ ହୋଇଥିଲା।
ଏହି ଉପଲକ୍ଷେ ପୁରସ୍କାର ବିତରଣ ସଭାରେ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ସିଡିଏଏ ର ସାଧାରଣ ସଂପାଦକ ଆଶ୍ରିର୍ଵାଦ ବେହେରା ଯୋଗ ଦେଇ ବିଜେତା ଟିମ୍ କୁ ଟ୍ରଫି ଓ ସାତ ହଜାର ଟଙ୍କା ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ। ପରିଚାଳନାରେ ଆସଗା ର ସଭାପତି କାଙ୍ଗାଳି ଚରଣ ବେହେରା, ସଂପାଦକ ପ୍ରଶାନ୍ତ ଦାସ(ଗୁଲୁ)ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ ସହାୟତା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏଏ ର ବହୁ ପଦାଧିକାରୀ ଓ କ୍ରିଡ଼ାଵିତ ଯୋଗ ଦେଇଥିଲେ। ଖେଳ ଦେଖିବାକୁ ପଡ଼ିଆରେ ଭରପୁର କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ।
ଵଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ୟଙ୍ଗ ଉତ୍କଳ ଚମ୍ପିୟାନ
