ଜାନକୀବାବୁଙ୍କ ୧୦ମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବରେ ସମ୍ବର୍ଦ୍ଧିତ ହେବେ, ନ୍ୟାୟମୂର୍ତି ଡଃ ବାସୁଦେବ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ଓ ଡଃ ଅସିତ ମହାନ୍ତି ।

ଭୁବନେଶ୍ୱର,୧୪/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ପୂର୍ବତନ ରାଜ୍ୟପାଳ, ନୂତନ ଓଡ଼ିଶାର ନିର୍ମାତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ମ ଶ୍ରାଦ୍ଧ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ, ଶନିବାର ପୂର୍ବାହ୍ନରେ ୟୁନିଟ୍-୯ ଫ୍ଲାଟସ୍ଥିତ ଆର୍ଯ୍ୟ ଭବନରେ, କମିଟିର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

କମିଟିର କୋଷାଧ୍ୟକ୍ଷ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକଙ୍କ ସ୍ୱାଗତ ଭାଷଣ ପରେ କମିଟିର ଉପାଧ୍ୟକ୍ଷ, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାୟୀ ଚୟନ କମିଟିର, ସୁପାରିଶ କ୍ରମେ ନ୍ୟାୟମୂର୍ତି ଡଃ ବାସୁଦେବ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ଓ ସଂସ୍କୃତି ଗବେଷକ ଡଃ ଅସିତ ମହାନ୍ତିଙ୍କୁ ଚଳିତବର୍ଷର “ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୫” ଆସନ୍ତା ୨୧ ତାରିଖ, ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟ୍ ଠାରେ ପ୍ରଦାନ କରାଯିବ ।

ସମାଜସେବୀ ଶ୍ରୀମତୀ ନିବେଦିତା ଭଞ୍ଜଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଯୁଗ୍ମ ସମ୍ପାଦକ, ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା ଜଣାଇଛନ୍ତି । କାର୍ଯ୍ୟକ୍ରମରେ ବାସ୍ତୁବିତ ଡଃ ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ପ୍ରଫେସର ଡଃ ଯୁଧିଷ୍ଠିର ଖଟୁଆ, ପ୍ରଜ୍ଞାରାଜ ପ୍ରଧାନ, ପଣ୍ଡିତ ବିନୋଦ ବିହାରୀ ଦାସ, କଂଗ୍ରେସ ନେତା ଆଲୋକ ମହାନ୍ତି, ମାନସ ରଞ୍ଜନ ଆଚାର୍ଯ୍ୟ, ଡଃ ନିବେଦିତା ପଟ୍ଟନାୟକ, ଜ୍ୟୋତିଷ କୁମାର ସାହୁ, ମହମ୍ମଦ ଶାହାଦୁଲ୍ଲା, ବରୁଣରାଜ, ସାମ୍ବାଦିକ କିଶୋର ମଙ୍ଗରାଜ, ସଞ୍ଜୟ ପ୍ରଧାନ, ଡାକ୍ତର ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *