ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କୁ ସମ୍ବର୍ଦ୍ଧନା 

ନିଶ୍ଚିନ୍ତକୋଇଲି, ୨୩/୦୪/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )- ନିଶ୍ଚିନ୍ତ କୋଇଲି ବ୍ଲକ ର ଜଣାଶୁଣା ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କୁ ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦ୍ରାପଡ଼ା କୃଷକ ବିକାଶ ସମବାୟ ସମିତି ଲିଃ ପକ୍ଷରୁ ଜିଲ୍ଳା ସଂସ୍କୃତି ଭବନ ପରିସରରେ ଆୟୋଜିତ ବିଶାଳ ଚାଷୀ ସମାବେଶ ରେ ସଫଳ ପରିବେଶବିତ୍ ଭାବେ ସମ୍ବର୍ଦ୍ଧିତ କରାଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଓଡ଼ିଶା ର ପୂର୍ବତନ କୃଷି ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଆଇଏଏସ୍ ସୁଦର୍ଶନ ନାୟକ, ସମ୍ମାନିତ ଅତିଥି ଭାବେ ଆଇ ସି ଏ ଆର ମୁଖ୍ୟ ବୈଜ୍ଞାନିକ ଡ଼ ଅରୁଣ ପଣ୍ଡା, ଵିଶିଷ୍ଟ ସାମ୍ୱାଦିକ ଅକ୍ଷୟ କୁମାର ସାହୁ, ଵିଶିଷ୍ଟ ସମବାୟବିତ୍ ପ୍ରମୋଦ ସାହୁ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରୀ ଦାଶ ଙ୍କୁ ସମ୍ମାନ ପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ଏହି ସମ୍ମାନ ପ୍ରାପ୍ତି ପାଇଁ ବହୁ ଶିକ୍ଷାବିତ, ସାରସ୍ୱତସାଧକ,ସମାଜସେବୀ,ସାମ୍ୱାଦିକ ତଥା ପରିବେଶ ପ୍ରେମୀ ବନ୍ଧୁମାନେ ଶୁଭେଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *