ମନ୍ତ୍ରୀ ଙ୍କ ଦ୍ଵାରା ୧୧ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ରାସ୍ତାର ଶିଳାନ୍ୟାସ

ଭୁବନ, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)- ଭୁବନ କାଳୀ ବଜାର ଠାରୁ ନିଳକଣ୍ଠପୁର ଏବଂ ବାରିଜଙ୍ଗ ଠାରୁ ବୁଦ୍ଧେଶ୍ଵର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସକାଶେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ରବିବାର ଶିଳାନ୍ୟାସ କରିଛନ୍ତି । ୬୪୯.୦୨ କୋଟି ବ୍ୟୟରେ କାଳୀ ବଜାର ଠାରୁ ନିଳକଣ୍ଠପୁର ଏବଂ ୫୨୪.୪୭ କୋଟି ବ୍ୟୟରେ ବାରିଜଙ୍ଗ ଠାରୁ ବୁଦ୍ଧେଶ୍ଵର ମନ୍ଦିର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ଆସନ୍ତା ୯ ମାସ ମଧ୍ୟରେ ଏହି ରାସ୍ତା ନିର୍ମାଣ ହେବ । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀ,ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ ଙ୍କ ସମେତ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ନଗରପାଳ ଶ୍ରୀମତୀ କବିତା ବାରିକ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *