କେନ୍ଦ୍ରାପଡା ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ

କେନ୍ଦ୍ରାପଡ଼ା,୧୪/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଓ ପୁରାତନ ଛାତ୍ର ସଂଗଠନ ଆନୁକୂଲ୍ୟରେ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭୁବନେଶ୍ୱରସ୍ଥିତ ଆଂଚଳିକ ଗବେଷଣା ଗାରର ମୁଖ୍ୟ ବୈଜ୍ଞାନିକ ଡ଼. ଉମାକାନ୍ତ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ବିଭାଗୀୟ ମୁଖ୍ୟ ଡ଼.ଗୌତମ ଚରଣ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ଼.ହିମାଂଶୁ ଶେଖର ମହାପାତ୍ର ବିବରଣୀ ପାଠ କରିଥିଲେ । ଅଧ୍ୟାପକ କାନନ ବିହାରୀ ସାହୁ ବିଭାଗର ଦିବଂଗତ ସମସ୍ତ ଅଧ୍ୟାପକ ଓ ସହଯୋଗୀ କର୍ମଚାରୀ ମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ ଶରତ ଚନ୍ଦ୍ର ବିଶ୍ୱାଳ, ଡ଼.ବିନାୟକ ଦାସ, ପ୍ରସନ୍ନ ପରିଜା, ନମିତା ପାତ୍ର ପ୍ରମୁଖ ଯୋଗଦେଇ ଅନୁଭୂତି ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ଉଦ୍ଭିଦ ବିଜ୍ଞାନର ବହୁ ପୁରାତନ ଛାତ୍ରଛାତ୍ରୀ ଡ଼. ସତ୍ୟରଞ୍ଜନ ସାହୁ, ସୌମ୍ୟଜିତ ମହାପାତ୍ର, ଅରବିନ୍ଦ ରାୟ, ଅଶୋକ କୁମାର ବେହେରା, ଡ଼. ଗଗନ ଚନ୍ଦ୍ର ପୃଷ୍ଟି, ଜ୍ୟୋତ୍ସ୍ନାମୟୀ ମନ୍ତ୍ରୀ, ବାଗ୍ମୀ ସାମଲ ପ୍ରମୁଖ ଯେଉଁ ମାନେ ଅଧୁନା ପଦ ପଦବୀରେ ରହିଛନ୍ତି ସେମାନେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ସ୍ମୃତି ଚାରଣ କରିଥିଲେ ।

ବର୍ତମାନ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ଉଚ୍ଚ କୋଟିର ଦିଗଦର୍ଶନ ଦେଇଥିଲେ । ବିଭାଗର ଅଧ୍ୟାପିକା ସଂଯୁକ୍ତା ପାତ୍ର, ମୋନାଲିଶା କର, ଜାୱା ମହମଦ ଓ ଅନ୍ୟ ସହଯୋଗୀ କର୍ମଚାରୀ ନିରାକାର ଜେନା, ଇତିଶ୍ରୀ ତ୍ରିପାଠୀ, ସୁଶାନ୍ତ କୁମାର ଦାସ, ସ୍ୱପ୍ନାଶ୍ରୀ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରୀ ସୁପ୍ରିୟା ଦାଶ ସଭାକୁ ସଂଚାଳନ କରିଥିଲେ ଓ ଅଧ୍ୟାପିକା ମୋନାଲିଶା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *