କଟକ ସଦର, ୧୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ ସିଵିଏସଇ ଦଶମ ପରୀକ୍ଷାରେ କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜ ରୋଡରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ସେଣ୍ଟ ଜାଭିୟର ହାଇସ୍କୁଲର ପାସ୍ ହାର ଶତପ୍ରତିଶତ ହୋଇଥିଵା ଜଣାପଡିଛି।
ଏଥିରେ ଛାତ୍ରୀ ସୁନୟନା ପରିଡ଼ା ମୋଟ ୫୦୦ ମାର୍କ୍ ରୁ ୪୭୮ ଶତକଡା ୯୬% ରଖି ଟପ୍ପର ହେଵା ସହିତ ସ୍କୁଲ ପାଇଁ ଗୈ।ରଵ ଆଣିଛନ୍ତି। ଏଥିପାଇଁ ସୁନୟନା ଙ୍କ ସମେତ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାର୍ଥୀ ଙ୍କୁ ପ୍ରିନ୍ସପାଲ ପ୍ରଫେସର ଖଲିକୁଜ ଜମାନ ଖାଁ, ପରିଚାଳନା ନିର୍ଦେଶିକା ଵୈଜୟନ୍ତୀ ଜେନା, ପ୍ରତିଷ୍ଠାତା ସଂପାଦକ ନରେଶ ଚନ୍ଦ୍ର ଜେନା ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିବା ବେଳେ ଅଭିଭାବକ/ଅଭିଭାଵିକା ମାନେ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ସମେତ ପରିଚାଳନା କମିଟିକୁ କୃତଜ୍ଞତା ଜଣାଇଛନ୍ତି।
