ଦକ୍ଷିଣକାଳୀ ପୀଠରେ ଆସନ୍ତା ୧୫ ରୁ ବାର୍ଷିକ ପ୍ରବଚନ 

 ଭୁବନ,୧୨/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଦକ୍ଷିଣକାଳୀ ପୀଠରେ ୧୪ ତମ ବାର୍ଷିକ ପ୍ରବଚନ ଆସନ୍ତା ୧୫ ତାରିଖ ମଙ୍ଗଳବାର ଠାରୁ ୧୯ ତାରିଖ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏଥିରେ ମାଳିକା ବିଚାରକ ପ୍ରବଚକ ମାନସ ଦାଶ ଙ୍କ ସମେତ ପ୍ରବଚକ ମନୋଜ ପ୍ରଧାନ, ପୂଜ୍ୟ ସ୍ବାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ଓ ପ୍ରବଚକ ବିରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରତ୍ୟେହ ସନ୍ଧ୍ୟା ୭ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରବଚନ ଦେବେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରବଚନ ଶୁଣିବା ସହିତ ମା ‘ ଦକ୍ଷିଣକାଳୀ କୃପା ଲାଭ କରିବାକୁ ଆୟୋଜକ କମିଟି ତରଫରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *