ଜିଲ୍ଲାପାଳ ଙ୍କ ନୋ-ଏଣ୍ଟ୍ରି ଆଦେଶ ମୂଲ୍ୟହୀନ 

ଭୁବନ,୧୨/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ କାଳୀ ବଜାର ଠାରୁ ଢେ଼ଙ୍କାନାଳ ବାଜି ଚୌକ (୪୫ କି ମି ) ପୂର୍ତ୍ତ ବିଭାଗ ରାସ୍ତାରେ ଅପ୍ରେଲ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସକାଳ ୯ ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରାଯାଇଛି । ଜିଲ୍ଲାପାଳ ଚିଠି ନଂ – ୯୬୮ ତା ୦୨.୦୪.୨୦୨୫ ରେ ଏହି ଆଦେଶ କୁ ପାଳନ କରିବା ପାଇଁ ଢେ଼ଙ୍କାନାଳ ସଦର ଥାନା,ଟାଉନ ଥାନା,ଗାଁଦିଆ ଓ ଭୁବନ ଥାନା କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇତି ମଧ୍ୟରେ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ୬ ଚକିଆ ( ମାଙ୍କଡ଼ା ପଥର ),୧୦ ଚକିଆ ଟ୍ରକ ଓ ହାଇୱା ( ବାଲି )ଗାଡ଼ି ସବୁ ନିର୍ବିଘ୍ନ ରେ ଚଳାଚଳ କରୁଛି । ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ସମୟ ଓ ସ୍କୁଲ ରୁ ଫେରିବା ସମୟରେ ରାସ୍ତା ଜାମ ହେବା ସହିତ ବହୁ ଅସୁବିଧା ସୃଷ୍ଟି ହେଉଛି ।

ଜିଲ୍ଲାପାଳ ଙ୍କ ନୋ ଏଣ୍ଟ୍ରି ଆଦେଶ କୁ ଖାତିର ନକରି ଭାରିଯାନ ନିର୍ବିଘ୍ନ ରେ ଚାଲୁଛି। ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଜିଲ୍ଲାପାଳ ଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଜନସାଧାରଣରେ ଦାବି ହୋଇଛି । ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ଜିଲ୍ଲାପାଳ ଫେବୃୟାରୀ ୨୭ ରେ ନୋ ଏଣ୍ଟ୍ରି ପାଇଁ ଆଦେଶ ଦେଇଥିଲେ କିନ୍ତୁ ପ୍ରଶାସନ ର ଅସହଯୋଗ କାରଣରୁ ନିର୍ବୀଘ୍ନ ରେ ଭାରିଯାନ ଚଳାଚଳ କରୁଥିଲା ।

Leave a Reply

Your email address will not be published. Required fields are marked *