ଜଗତସିଂହପୁର, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’ ପାଳନ କରାଯିବ। ଏହି ଅବସରରେ ଜିଲ୍ଲାବାସୀଙ୍କ ନିକଟରେ ସରକାରୀ ସେବାକୁ ଅଧିକ ସୁଗମ, ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ।
ଏହି ପରିପ୍ରେକ୍ଷୀରେ ଆଜି ମା ଶାରଳା ଙ୍କ ମନ୍ଦିର ପ୍ରାଙ୍ଗଣ ରେ ସମୂହ “ଆଶୀର୍ବାଦ ର ଦୀପ” ପ୍ରଜ୍ଜ୍ୱଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ତିର୍ତ୍ତୋଲ ବ୍ଲକ୍ ପ୍ରଶାସନ ର ଅଧିକାରୀ, କର୍ମଚାରୀ, ପି ଆର ଆଇ ସଭ୍ୟ, ମିଶନ ଶକ୍ତି ମା ମାନେ ଏକାଠି ହୋଇ ୨୦୦୦ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏଥିସହ ସମସ୍ତ ବ୍ଲକ୍ ର ବିଭିନ୍ନ ମନ୍ଦିର ପ୍ରାଙ୍ଗଣ ଓ ଘରେ ଘରେ ମଧ୍ୟ ଏହି ଦୀପଦାନ ଅନୁଷ୍ଠିତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାରେ ୩ ଲକ୍ଷ ରୁ ଅଧିକ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ ପାଳନ କାରାଯିବ।ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ମାନଙ୍କୁ ନେଇ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’କୁ ସଫଳତାର ସହ ପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗର ଭୂମିକା, କାର୍ଯ୍ୟଯୋଜନା ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ମାସବ୍ୟାପୀ ଅଭିଯାନ କାଳରେ ଜିଲ୍ଲା ସାରା ଏକାଧିକ ସଚେତନତା ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୧୭ ସେପ୍ଟେମ୍ବର ସନ୍ଧ୍ୟାରେ ଘରେ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ, ୧୮ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ସ୍ୱପ୍ନର ଭାରତ’ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ୨୦ରୁ ୩୦ ସେପ୍ଟେମ୍ବର ମଧ୍ୟରେ ସରକାରୀ ଯୋଜନାର ସଫଳତାକୁ ନେଇ ‘ପଥପ୍ରାନ୍ତ ନାଟକ’ ପରିବେଷଣ, ଏବଂ ୨୬ ସେପ୍ଟେମ୍ବରରୁ ୭ ଅକ୍ଟୋବର ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ‘ଆଙ୍ଗନ କା ଉତ୍ସବ’ ପାଳନ କରାଯିବ।
ଏହା ବ୍ୟତୀତ ରକ୍ତଦାନ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଭଳି ‘ସେବାରେ ମୋର ଯୋଗଦାନ’, ଷ୍ଟାର୍ଟଅପ୍ ଓ ଇନୋଭେଟରମାନଙ୍କୁ ନେଇ ‘ରାଷ୍ଟ୍ରୀୟ ନବ-ସୃଜନର ଆହ୍ୱାନ’, ୭ ଅକ୍ଟୋବରରେ ‘ସେବା ଜ୍ଯୋତି ଯାତ୍ରା’ ଓ ‘ରଙ୍ଗୋଲି ରାଷ୍ଟ୍ର’ ଏବଂ ବ୍ଲକ ସ୍ତରରେ ସରକାରୀ ସେବା ଯୋଗାଇଦେବା ପାଇଁ ‘ସେବା ସେତୁ କ୍ୟାମ୍ପ’ ଅନୁଷ୍ଠିତ ହେବ।
ଅଭିଯାନ ସମୟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନା ଓ ସେବାର ସୁଯୋଗ ପହଞ୍ଚାଇବା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯିବ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
