ନ୍.ଏଚ-୧୬, ଏନ୍.ଏଚ-୫୩, ଏନ୍.ଏଚ-୨୦ ରେ ଅନଧିକୃତ ଗାଡ଼ି ପାର୍କିଂ ଉପରେ ନିଷେଧାଜ୍ଞା।         

ଯାଜପୁର, ୩୧/୦୭/୨୦୨୫ (ଓଡ଼ିଶା ସମାଚାର)-  ଏନ୍. ଏଚ୍.- ୧୬, ଏନ୍. ଏଚ୍.- ୫୩ ଓ ଏନ୍. ଏଚ୍.- ୨୦ ମୁଖ୍ୟ ରାସ୍ତାରେ ଅନଧିକୃତ ଭାବରେ ଗାଡ଼ି ପାର୍କିଂ ଦ୍ଵାରା ଅତ୍ୟାବଶ୍ୟକୀୟ ଯାନବାହାନ ମୁକ୍ତ ଚଳାଚଳରେ ଅସୁବିଧା ପରିଲକ୍ଷିତ ହେବା ସହ ରାସ୍ତା ଦୁର୍ଘଟଣା ବୃଦ୍ଧିପାଉଥିବାର ଜିଲ୍ଲା ପ୍ରଶାସନ, ଯାଜପୁର ର ଦୃଷ୍ଟିକୁ ଆସିଅଛି। ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅନଧିକୃତ ଗାଡ଼ି ପାର୍କିଂ ଉପରେ ନିଷେଧାଜ୍ଞା ଜାରୀ କରିଛନ୍ତି।

ମୋଟର ଯାନ ଆଇନ – ୧୯୮୮ ଧାରା ୧୧୫,୧୧୬, ୧୧୭ ଓ ଓ. ଏମ. ଭି ନିୟମାବଳୀ ର ୬୩ ଓ ୯୩ ନିୟମାବଳୀ ଅନୁଯାୟୀ ଶ୍ରୀ ଅମ୍ବର କୁମାର କର, ଓ.ଏ.ଏସ(ଏସ୍.ଏସ୍) ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ତଥା ଚେୟାରମ୍ୟାନ, ଆର. ଟି. ଏ, ଯାଜପୁର  ସମସ୍ତ ଦ୍ରବ୍ୟ ପରିବହନ କରୁଥିବା ଯାନ ଏନ୍.ଏଚ – ୧୬ (ଷଠିପୁର ରୁ ନେଳିଆ ), ଏନ୍.ଏଚ-୫୩ (ବାଲିଚନ୍ଦ୍ରପୁର ରୁ ଡ଼ୁବୁରୀ), ଏନ୍.ଏଚ – ୨୦ (ପାଣିକୋଇଲି ଛକ ରୁ ରଗଡି ଛକ )ପର୍ଯ୍ୟନ୍ତ ଅନଧିକୃତ ପାର୍କିଙ୍ଗ ଉପରେ ନିଷେଧାଜ୍ଞା  ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ତା. ୦୧.୦୮.୨୦୨୫ ରିଖ ଠାରୁ ତା. ୩୧.୦୮.୨୦୨୫ ରିଖ ପର୍ଯ୍ୟନ୍ତ ଏକ ମାସ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *