ଭୁବନ ରେ ହିଙ୍ଗୁଳା ଯାତ୍ରା ଆରମ୍ଭ

ଭୁବନ,୧୨/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ୧୧ ତାରିଖ ଶୁକ୍ରବାର ଠାରୁ ୬୭ ତମ ହିଙ୍ଗୁଳା ଯାତ୍ରା ଆରମ୍ଭ ହୋଇଯାଇଛି। ସୋମବାର ଅପରାହ୍ନରେ ଶତାଧିକ ପୁରୁଷ ,ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ହିଙ୍ଗୁଳା ଙ୍କ ନିକଟରେ ଘଟ ସ୍ଥାପନ କରିଥିଲେ ।

୧୨ ତାରିଖ ଶନିବାର ପୂର୍ଣ୍ଣମୀ ଦିନ ଅପରାହ୍ନରେ ମାନସିକ ବ୍ରତଧାରୀ ପାଟୁଆ ମାନସିକ ପୂରଣ ନିମନ୍ତେ ନିଆଁରେ ଚାଲିବାର କାର୍ଯ୍ୟକ୍ରମ ରହିଛି । ଶନିବାର ଠାରୁ ୧୪ ତାରିଖ ସୋମବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା,ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହେବ ଏବଂ ୧୫ ତାରିଖ ମଙ୍ଗଳ ବାର ଦିନ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ ।

୨୧ ତାରିଖ ସୋମବାର ରାତ୍ର ୧୦ ଘଟିକା ସମୟରେ ଦେବାଶିଷ ମିଶ୍ର ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା  ସାମାଜିକ ନାଟକ ” କିଏ ପୋଛିଦେବ ଆଖିର ଲୁହ ” ଏବଂ ୨୨ ତାରିଖ ମଙ୍ଗଳବାର ରାତି ମାଷ୍ଟର ସତ୍ୟବାଦୀ ସେନାପତି ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ” ଦେବଦାସୀ” ଏବଂ ୨୩ ତାରିଖ ବୁଧବାର ରାତି ଗୁରୁ ପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶନାରେ ” ସେଇ ଗୋଟିଏ ଭୁଲ ପାଇଁ”ମଞ୍ଚସ୍ଥ ହେବ । ହିଙ୍ଗୁଳା ଦେବୀ ଠାକୁରାଣୀ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶଶି ଭୂଷଣ ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ସମ୍ପାଦକ କୁଞ୍ଜ ବିହାରୀ ଚିନରା, ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ ଦାସ,ନିରଞ୍ଜନ ଗୁରୁ,ଖଗେଶ୍ବର ନାୟକ,ଧନେଶ୍ଵର ସାହୁ, ଅମ୍ବୁଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *